oum

ବିଦ୍ୟୁତ ଆଘାତରେ ଯୁବକ ମୃତ

jsm

ଭୋଗରାଇ : ବିଦ୍ୟୁତ ଆଘାତରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଦେହୁର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ଦେହୁର୍ଦ୍ଦା ଗ୍ରାମର ହୃଷିକେଶ ଦାସ (୨୦) । ସୂଚନା ଅନୁସାରେ ହୃଷିକେଶ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଲୋକଙ୍କ ଘରେ ବିଦ୍ୟୁତ ଓୟାରିଂ କାର୍ୟ୍ୟ ସହିତ ବିଭିନ୍ନ ବିଦ୍ୟୁତ ଉପକରଣ ମରାମତି କରନ୍ତି । ଶୁକ୍ରବାର ରାତିରେ ନିଜ ଘରେ ଏକ ମୋବାଇଲ ଚାର୍ଜର ଖରାପ ହୋଇଥିଲା ବେଳେ ସେ ଏହାକୁ ସଜାଡିଥିଲେ । ମୋବାଇଲ ଚାର୍ଜର ସଜାଡ଼ିବା ପରେ ବିଦ୍ୟୁତ ପ୍ଲଗରେ ଲଗାଇଥିଲେ । ସେହି ସମୟରେ ମୋବାଇଲ ଚାର୍ଜରଟି ହଠାତ୍ ବ୍ଲାଷ୍ଟ ହୋଇଯିବା ଫଳରେ ତାଙ୍କୁ ଜୋରରେ ବିଦ୍ୟୁତ ଝଟକା ଲାଗିଥିଲା । ଏଥିରେ ସେ ଚେତା ହରାଇ ତଳେ ପଡିଯାଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭୋଗରାଇ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଭୋଗରାଇ ଥାନାରେ ନଂ ୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.