ସମୁଦ୍ରରେ ବୁଡି ଜଣେ ମୃତ, ୨ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ ରମ୍ଭା ଥାନା ଅନ୍ତର୍ଗତ ବାବା ବଟେଶ୍ୱର ଶୈବ ପୀଠ ପାର୍ଶ୍ଵ ସମୁଦ୍ରକୁ ଗାଧୋଇବାକୁ ଯାଇ ସମୁଦ୍ର ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହୁମ୍ମା ଗ୍ରାମର ଚନ୍ଦ୍ରଶେଖର ସାହି ରବୀନ୍ଦ୍ର ସ୍ୱାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ (୧୫) ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସୋମବାର ଅପରାହ୍ନରେ ଜଗନ୍ନାଥ ଓ ତାଙ୍କ କିଛି ସାଙ୍ଗ ବଟେଶ୍ୱର ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ତିନି ଜଣଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଜଗନ୍ନାଥଙ୍କ ବାପା ରବୀନ୍ଦ୍ର ସ୍ୱାଇଁ ପୁଅର ଚକ୍ଷୁଦାନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.

error: Content is protected !!