om academy

ମୋବାଇଲ ଟର୍ଚ୍ଚରେ ଚାଲିଛି ଚିକିତ୍ସା : ସାଧାରଣ ଲୋକଙ୍କ ଅଭିଯୋଗ

jsm

ବେଲପଡା, (ଭୋଜରାଜ ଦଣ୍ଡସେନା) : ସରକାର ଲୋକଙ୍କ ଉପଯୁକ୍ତ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତାହା ଯାଉଛି କୁଆଡେ ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଆଜି ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ରାତ୍ର ସମୟରେ ଏକ ଦୁର୍ଘଟଣା ଘଟିଥିଲା ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଚିକତ୍ସା କରିବା ପାଇଁ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । କିନ୍ତୁ ସେହି ଡାକ୍ତରଖାନାର ଦୃଶ୍ୟ କହିଲେ ନ ସରେ କାରଣ ସେଠାରେ ଲାଇଟ କହିଲେ ଆଉ ବିକଳ୍ପ ରାସ୍ତା ନାହିଁ । ଖାଲି ମୋବାଇଲ ଟର୍ଚ୍ଚ ମାରି ଡ୍ରେସିଂ କାମ ଆରମ୍ଭ ଠାରୁ ଇଂଜେକସନ ଦେବା ପର୍ଯ୍ୟନ୍ତ ଅନ୍ଧାରରେ ଚାଲିଛି । ଏହାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.