oom

ମୋ ସରକାର କୋଠରି ସାଜିଛି ଗୋଦାମ ଗୃହ

jsmm

ନୂଆପଡା, (ନିରାକାର ମେହେର) : ବର୍ତ୍ତମାନ ସାରା ରାଜ୍ୟରେ ୫ଟି ତରଫରୁ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ମୋ ସରକାର କକ୍ଷ ରହିଅଛି । ସେହି କକ୍ଷରେ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କୁ କିମ୍ବା କୌଣସି କାର୍ଯ୍ୟ ପାଇଁ ଆସିଥିବା ସମସ୍ତ ଜନସାଧାରଣଙ୍କ ବିଶ୍ରାମ ପାଇଁ ବା ବସିକି ନିଜ ଅଭିଯୋଗ ଜଣାଇବା ପାଇଁ ଏକ କକ୍ଷ ରହିଥାଏ । କିନ୍ତୁ ଏବେବି ଏମିତି ଅନେକ ସରକାରୀ କାର୍ଯ୍ୟାଳୟ ରହିଛି । ଯେଉଁ କାର୍ଯ୍ୟାଳୟରେ ମୋ ସରକାର କକ୍ଷକୁ ଗୋଦାମ ଗୃହ ସଜେଇ ରଖିଛନ୍ତି । ଯାହା ଫଳରେ ଅଫିସକୁ କୌଣସି କାର୍ଯ୍ୟ ପାଇଁ ଆସି ମୋ ସରକାର କକ୍ଷକୁ ଖୋଜୁଛନ୍ତି । ରାଜ୍ୟର ମୁଖ୍ୟ ସଚିବ ଭିକେ ପାଣ୍ଡିଆନଙ୍କ ସେହି ୫ଟି ଯୋଜନା ଦ୍ଵାରା ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇବାର ବ୍ୟବସ୍ଥା ରହିଛି । କିନ୍ତୁ ଆଜି ତାହାର ଓଲଟା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ଟିକେ ଆଶ୍ରୟ ନେବେ କିଛି ସୁବିଧା ପାଇ ପାରିବେ ସେହି ସ୍ଥାନକୁ ନୂଆପଡ଼ା ଜିଲ୍ଲା ବୋଡେ଼ନ ତହସିଲ କାର୍ଯ୍ୟାଳୟରେ ଗୋଦାମ ଗୃହ କରି କାର୍ଯ୍ୟାଳୟର ଯେତେ ସବୁ ନଷ୍ଟ ହୋଉ ଥିବା ସାମଗ୍ରୀ ରହିଛି । ସେହି କକ୍ଷରେ ରଖା ଯାଉଥିବା ଚିତ୍ର ସାମ୍ନାକୁ ଆସୁଛି । ଅନେକ ଦୁରଦୁରାନ୍ତରୁ ବହୁ ସମସ୍ୟ ଅଭିଯୋଗ ନେଇ ପ୍ରଚଣ୍ଡ ଖରାରେ ଅନେକ ଲୋକ ଆସିଥାନ୍ତି । କିନ୍ତୁ ଅତି ଦୁଃଖର ବିଷୟ ହେଉଛି ବୋଡେ଼ନ ତହସିଲ କାର୍ଯ୍ୟାଳୟରେ ଆସୁଥିବା ଜନସାଧାରଣଙ୍କ ପାଇଁ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ । ଯାହା ଫଳରେ ଲୋକେ ବୁନ୍ଦାଏ ପାଣି ପାଇଁ ବିକଳ ହେଉଥିବା ଚିତ୍ର ସାମ୍ନାକୁ ଆସିଛି । ତେଣୁକରି ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ସାଧାରଣ ଜନତାଙ୍କ ପାଇଁ ଯେଉଁ ସବୁ ବ୍ୟବସ୍ଥା ଯୋଜନା ରହିଛି ବାଟ ବଣା ନକରି ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.