oom

ସଇଁନ୍ତଲା ବ୍ଲକ ଲୋକ ଉନ୍ନତି ସଂଗଠନ ପକ୍ଷରୁ ‘ମାେ ଚାଟଶାଳୀ’ କାର୍ୟ୍ୟକ୍ରମର ଶୁଭାରମ୍ଭ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଲୋକ ଉନ୍ନତି ସଂଗଠନ ପକ୍ଷରୁ ଆଜି ସଇଁନ୍ତଲା ବ୍ଲକର ଝିଙ୍କିଡୁଙ୍ଗୁରି ପଞ୍ଚାୟତର ଝିଙ୍କିଡୁଙ୍ଗୁରି, ନାଗଫେନା, ଟିକ୍ରାପଡା ପଞ୍ଚାୟତର ଫଟାମୁଣ୍ତା, କଦଳିମୁଣ୍ତା, ଧରପଗଡ ପଞ୍ଚାୟତର ପେଡ୍ରାମାଲ, କରମତଲା ପଞ୍ଚାୟତର ଝିମନପାଲି, ଗ୍ରାମରେ ‘ମାେ ଚାଟଶାଳୀ’ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ମହିଲା ଶ୍ରମଜୀବୀ ମଞ୍ଚ ଓଡିଶା, ଓଡିଶା ଶ୍ରମଜୀବୀ ମଞ୍ଚ, ଆତ୍ମଶକ୍ତି ଟ୍ରଷ୍ଟ ଓ ଲୋକ ଉନ୍ନତି ସଂଗଠନ ଏବଂ ଶିକ୍ଷିତ ଯୁବକ ଯୁବତୀଙ୍କ ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହାେଇଛି ।୭୫୦୦ ସେ୍‌ସ୍ୱାଚ୍ଛାସେବୀଙ୍କ ମାଧ୍ୟମରେ ପ୍ରଥମରୁ ପଞ୍ଚମ ପଢୁଥିବା ଏକ ଲକ୍ଷ ଛାତ୍ରଛାତ୍ରୀଙ୍କୁ ‘ମୋ ଚାଟଶାଳୀ’ ମାଧ୍ୟମରେ ଶିକ୍ଷା ଦେବାର ବ୍ୟବସ୍ଥା ପ୍ରୟାସ ଜାରୀ ରହିଛି ।

jittmm
Leave A Reply

Your email address will not be published.