
ଭୁବନେଶ୍ଵର : ରାଜଧାନୀରେ ସିରିଜ୍ ଦୁର୍ଘଟଣା । ମୋ’ ବସ୍ ଚାଳକଙ୍କ ଉନ୍ମତକାଣ୍ଡ । ଶୁକ୍ରବାର ରାତିରେ ରୁଟ୍ ନମ୍ବର ୬୦ରେ ଯାଉଥିବା ମୋ’ ବସ୍ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ଅନୁଯାୟୀ, ରୁଟ୍ ନମ୍ବର ୬୦ରେ ଯାଉଥିବା ମୋ ବସ୍ ସିରିଜ୍ ଦୁର୍ଘଟଣା ଘଟାଇଛି । ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଚନ୍ଦ୍ରଶେଖରପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ମୋ’ ବସ୍ ଓ ଡ୍ରାଇଭର୍ଙ୍କୁ ପୋଲିସ ଅଟକ ରଖିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।