ଜାଗା ମିଶନ ଯୋଜନାରେ ଜମି ପଟ୍ଟା ବାଂଟିଲେ ବିଧାୟକ ସରୋଜ

ପାଟଣାଗଡ଼, (ଅଶୋକ ବାଗ) : ପାଟଣାଗଡ଼ ସହରରେ ଗରିବ ଲୋକେ ବନ୍ଧ ହିଡ଼ରେ ଘର ନିର୍ମାଣ କରି ରହି ଆସୁଥିବା ବେଳେ ସେମାନଙ୍କୁ ସ୍ଥାୟୀ ଭାବେ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନ ଯୋଜନାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ଼ ସହରର ୨୧୬ ଜଣଙ୍କୁ ଜମି ପଟ୍ଟା ବଂଟନ କରିଛନ୍ତି । ହରିଜନପଡ଼ାର ୩୩ ଜଣ, ଗଣ୍ଡାପଡ଼ାର ୨୦ ଜଣ, ଗଡ଼ଭିତରର ୨୦ ଜଣ, କୋଲ୍‌ପଡ଼ାର ୩ ଜଣ, ଭାଟିଶାଳପଡ଼ାର ଜଣେ, କାଦୋପଡ଼ାର ଜଣେ, ବଡ଼ପଡ଼ାର ଜଣେ, ଗାନ୍ଧୀପଡ଼ାର ୧୨ ଜଣ, ସହଁରାପଡ଼ାର ୫୮ ଜଣ, ଜଗନ୍ନାଥପଡ଼ାର ୧୦ ଜଣ, ରାମପାଲିର ଜଣେ ଓ ଅନ୍ୟାନ୍ୟ ମିଶି ୨୧୬ ଜଣଙ୍କୁ ବିଧାୟକ ଜାଗା ମିଶନ ଯୋଜନାରେ ଜମି ପଟ୍ଟା ବାଂଟିଛନ୍ତି ବିଧାୟକ ସରୋଜ । ପାଟଣାଗଡ଼ ଏନ୍‌ଏସି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.