ବିଜେଡ଼ିର ମିଶ୍ରଣ ପର୍ବ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ପ୍ଲଟ୍‌ ଏଲ୍‌ଓଇ ଏରିଆ ପଡିଆରେ ବିଜେଡି ଜିଲ୍ଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ, ବିଜେଡି ଯୁବ କାର୍ଯ୍ୟକାରୀ ସଭାପତି କାବୁଲି ପ୍ରତିହାରୀଙ୍କ ଆବାହକତ୍ଵରେ, ଜେ ଜେ କ୍ଲବ୍‌ର ବରିଷ୍ଠ ନେତା ରାଜେଶ ଜେନାଙ୍କ ନେତୃତ୍ୱରେ ବିଜେଡିର ଯୁବ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବିଜେଡି ଛାତ୍ର କାର୍ଯ୍ୟକାରୀ ସଭାପତି ସୌମ୍ୟ ଦାସ ଓ ସୋମେନ ଚାଟାର୍ଜିଙ୍କ ନେତୃତ୍ୱରେ, ଅରୂପ ଗୁପ୍ତା, ସୋନି ପ୍ରସାଦ, ଗୋବିନ୍ଦ ସିଂ, ଅଜୟ ତିର୍କୀ, ଚିଣ୍ଟୁ ସିଂ, ପବିତ୍ର, ପ୍ରଭାତ ସମେତ ୨୦ରୁ ଅଧିକ ଯୁବକ ବିଜେଡିରେ ମିଶିଥିଲେ । ମନ୍ତ୍ରୀ ସାରଦା ପ୍ରସାଦ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି । କାର୍ଯ୍ୟକ୍ରମକୁ ପୂର୍ବତନ ପୌରାଧ୍ୟକ୍ଷା ରଶ୍ମି ବାଳା ମିଶ୍ର, ସୁଦାମ ଦାସ, ମୃତୁଞ୍ଜୟ ମହାପାତ୍ର, ରଞ୍ଜନ ନାୟକ, ଅକ୍ଷୟ ଜେନା, ଉପେନ୍ଦ୍ର ଧଳ ସାମନ୍ତ, ସତ୍ୟନାରାୟଣ ମିଶ୍ର, ଆଲୋକ ବୋଷ ପରିଚାଳନା କରିଥିଲା ବେଳେ ଅମୂଲ୍ୟ ମଲ୍ଲିକ, ସନ୍ତୋଷ ସାହୁ, ବାପି ମଲ୍ଲିକ, ଏଲଡି ପରିଡ଼ା, ଜିତେନ୍ଦ୍ର ସାହୁ, ଅନିଲ ବେହେରା, ଗୁରୁ ମଲ୍ଲ, ସୌମ୍ୟ ନାୟକ, ବିବେକ ମହାନ୍ତି, ଅନନ୍ତ ସାହୁ, ରାକେଶ ବେହେରା, ମହେଶ ମହାପାତ୍ର, ସୋନୁ ପାଣି, ବିଟୁ, ପ୍ରତ୍ୟୁଷ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ୧୮ ବର୍ଷ ଅବହେଳିତ ଥିବା ପ୍ଲଟ୍‌ ଏରିଆର ଇତିହାସ ଓ ଛେଣ୍ଡ କଲୋନୀ ବିକାଶର ସମ୍ପୂର୍ଣ ତଥ୍ୟ ମନ୍ତ୍ରୀ ଶ୍ରୀ ନାୟକ ଉପସ୍ଥିତ ଥିବା କଲୋନୀ ବାସୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

jittmm
Leave A Reply

Your email address will not be published.