ପାଟଣାଗଡ, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟଣାଗଡ ବିଜୁ ଜନତା ଦଳର କର୍ମୀ ମହଲରେ ସେତିକି ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଆଜି ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏନ୍ଏସି ସ୍ତରୀୟ ମିଶ୍ରଣ ପର୍ବରେ ଏନ୍ଏସିରୁ ୩୦୧ ଜଣ ବିଜେପି, କଂଗ୍ରେସ, ସମାଜସେବୀ, ସ୍ଵେଚ୍ଛାସେବୀ, ଯୁବକ ଯୁବତୀ, ବିଶେଷ କରି ମହିଳା ମାନେ ଆଜି ବିଧିବଦ୍ଧ ଭାବରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ସରୋଜ କୁମାର ମେହେରଙ୍କ ଲୋକ ପ୍ରିୟତା ଓ କାର୍ଯ୍ୟଦକ୍ଷତା ଉପରେ ଆଶା ପ୍ରକଟ ରଖି ବିଜୁଜନତା ଦଳରେ ସାମିଲ ହୋଇଛନ୍ତି । ବିଧାୟକ ଶ୍ରୀ ମେହେର ଦଳରେ ସାମିଲ ହୋଇଥିବା ନୂତନ କର୍ମୀ ମାନଙ୍କୁ ସ୍ଵାଗତ କରିବା ସହ ବିଜେଡି ଦଳୀୟ ଚିହ୍ନ ରହିଥିବା ଚାଦର ଅପର୍ଣ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ଓ ଏନ୍ଏସି ନିର୍ବାଚନରେ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତଙ୍କ ସହଯୋଗ ଏବଂ ଉଦ୍ୟମ ଲୋଡା ବୋଲି ବିଧାୟକ ଶ୍ରୀ ମେହେର କହିଥିଲେ । ଆଜିର ମିଶ୍ରଣ ପର୍ବରେ ବିଧାୟକଙ୍କ ପ୍ରତିନିଧିଙ୍କ ସମେତ ବହୁ ଦଳୀୟ ସକ୍ରିୟ କର୍ମୀମାନେ ଉପସ୍ଥିତ ଥିଲେ ।