ବିଜୁ ଜନତା ଦଳର ଜନସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କୁଶମେଲ ପଂଚାୟତର ଘୁଙ୍ଗି ଗ୍ରାମରେ ବିଜେଡିର ଜନସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଦଳର ଆଗଧାଡ଼ିର କର୍ମୀ ଅଙ୍ଗଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ୩୪ ନଂ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି କୈଲାସ ବରିହା, ବିଜେଡି ବ୍ଲକ ସାଧାରଣ ସମ୍ପାଦକ ଜୟଦେବ ବାରିକ, ଚୂଡ଼ାମଣି ସାହୁ, ବାଳକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡିର ନୀତି ତଥା ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋଇସିଂହା ବ୍ଲକ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡୋଲାମଣି ସାହୁଙ୍କ ସମେତ ନବୀନ ବେହେରା, ଆଶିଷ ବିଶ୍ୱାଲ, ମୋହନ ବିଶ୍ୱାଲ ତଥା ଘୁଙ୍ଗି ଗ୍ରାମର ୫୦ରୁ ଅଧିକ ଯୁବକ ବିଜେଡିରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଜେଡି ଉତ୍ତରୀୟ ପ୍ରଦାନ କରିବା ସହିତ ଓଡିଶାରେ ଚାଲିଥିବା ବିଭିନ୍ନ ସରକାରୀ ଓ ଜନହିତକାରୀ ଯୋଜନା ଗୁଡିକ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପରିଶେଷରେ ଆର୍ତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.