oom

‘ନବୀନ’ର ୨୬ତମ ବିଷୁବ ମିଳନ ପ୍ରସ୍ତୁତି ବୈଠକ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ୨୬ତମ ବିଷୁବ ମିଳନ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଆ ନବବର୍ଷ ବିଷୁବ ସଂକ୍ରାନ୍ତି ଦିନ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ‘ବିଷୁବ ସମ୍ମାନ’ରେ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍‌ କାମରାଜୁ ମହାରଣା, ଭାଗବତ ଚାରିଟେବୁଲ୍‌ ଟ୍ରଷ୍ଟର ଅଧ୍ୟକ୍ଷ ତଥା ସମାଜସେବୀ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଭାରତଲୀଳା କଳାକାର ସନ୍ତୋଷ କୁମାର ପାଢ଼ୀ, ସାମ୍ବାଦିକା ବିଷ୍ଣୁପ୍ରିୟା ସାହୁ, ସାମ୍ବାଦିକ ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କୁ ‘ନବୀନ ବିଷୁବ ସମ୍ମାନ ୨୦୨୪’ରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପ୍ରିଲ ୧୪ ତାରିଖ ଅପରାହ୍ନ ୩ ଘ. ୩୦ମି. ସମୟରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ବିଷୁବ ମିଳନ ସମାରୋହ ପାଳନ କରାଯିବ । ବୈଠକରେ କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସାଧାରଣ ସମ୍ପାଦକ ସୁଶାନ୍ତ କର, ଶିକ୍ଷାବିତ୍‌ ରଂଜନ କୁମାର ସାହୁ, ଅଶୋକ କୁମାର ଦଳେଇ, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.