oom

ଝାରବନ୍ଧ ବ୍ଲକରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଖେଳ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରବନ୍ଧ କଲେଜ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ଯୁବ ଅଫିସର ରୋସନ ଟଣ୍ଡନ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ ସାହୁ, ନେହେରୁ ଯୁବ କେନ୍ଦ୍ର ଉପଦେଷ୍ଟା ତ୍ରିଲୋଚନ ଶତପଥୀ, ହୃଷିକେଶ ବରିହା, ହରିହର ସାହୁ, ତ୍ରିଲୋଚନ ଶତପଥୀ, ଗୋବିନ୍ଦ ପଟେଲ, ଜଗଦୀଶ ସାହୁ, ପ୍ରଦୀପ ଶବର ପ୍ରମୁଖ ଯୋଗ ଦେଇଥିଲେ । ଡଲଫିନ ସୁନା ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିବା ସଭାରେ ଦେଶ ପାଇଁ ସହିଦ ହୋଇଥିବା ଯବାନମାନଙ୍କୁ ସ୍ମରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସର୍ବଦା ଦେଶ ସେବାରେ ଆଗଭର ହୋଇ ଦେଶର ଏକତ୍ଵ, ଅଖଣ୍ଡତ୍ଵ ବଜାୟ ରଖିବା ପାଇଁ ମୁଖ୍ୟ ଅତିଥି ଶପଥ ପାଠ କରାଇଥିଲେ । ଖଗେଶ୍ୱର ବିଶ୍ଵାଳ ଓ ଗିତେଶ୍ୱର୍ ନାୟକଙ୍କୁ ବିଶେଷ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ସଭାପରେ ରାଜଧାନୀ ଦିଲ୍ଲୀକୁ ପଠାଯିବା ପାଇଁ କଳସରେ ମାଟି ସଂଗ୍ରହ କରାଯାଇଥିଲା । ସେହି ପବିତ୍ର ମାଟିକୁ ନେଇ ପରେ କଳସ ଶୋଭାଯାତ୍ରା କରାଯାଇଥିଲା । ସଭାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସଭାରେ ଝାରବନ୍ଧ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ସମସ୍ତ କର୍ମଚାରୀ ତଥା ସମଗ୍ର ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବିଭିନ୍ନ କ୍ଳବ୍ ତଥା ଅନେକ ସରକାରୀ ବେସରକାରୀ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ସାର୍ତ୍ତିକ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.