jayashree

ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ହନର୍‌ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋରୋନା ପାଇଁ ସବୁ କିଛି ବନ୍ଦ ଥିଲା । ବ୍ୟବସାୟ ବି ବନ୍ଦ ହୋଇଯାଇଥିଲା ୨ ବର୍ଷ ପାଇଁ । ଏବେ ସବୁ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି । ଜୀବନ ସହଜ ହେବାକୁ ଲାଗିଥିବା ବେଳେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆ ଠାରେ ନଭେମ୍ବର ୧୮ରୁ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ହନର୍ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା ଚାଲିବ । ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲପାଳ ଶ୍ରୀ ରାଣା ଯୋଗଦେଇ ଉଦ୍‌ଘାଟନ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ଅନ୍ୟ ବର୍ଷ ପରି ଏଥର ମଧ୍ୟ ମେଳାରେ ଖଦୀ ଓ ହସ୍ତତନ୍ତର ସାର୍ଟ, ବନାରସୀ ଶାଢୀ, ସ୍ତ୍ରୀ ଲୋକଙ୍କର ବିଭିନ୍ନ ଡ୍ରେସ ମେଟେରିଆଲ, ଅଳଙ୍କାର, ଘରକରଣାର ବିଭିନ୍ନ ଜିନିଷ, ଆୟୁର୍ବେଦ ଜଡି ବୁଟୀ, ବୈଦୁତିକ ଉପକରଣ, ଆଚାର, ହେଣ୍ଡଲୁମ୍‌ ତଥା ଆହୁରି ଅନେକ ବାହାର ରାଜ୍ୟର ଜିନିଷର ଷ୍ଟଲ ଲାଗିଥିବା ଦେଖିବାକୁ ମିଳିଛି । ଏହି ହସ୍ତତନ୍ତ ପ୍ରଦର୍ଶନକୁ ପରିଚାଳନା କରୁଛନ୍ତି ଶେଖ୍ ସହିଦ ଅହମଦ ।

Leave A Reply

Your email address will not be published.