ବୈଶାଖୀ ବାଣିଜ୍ୟ ମେଳା ଉଦ୍‌ଘାଟିତ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜୁବିଲି ଟାଉନ ବଜାରସ୍ଥିତ ମହିଷାପାଟ ଛକ ନିକଟରେ ରବିବାର ସନ୍ଧ୍ୟାରେ ‘ବୈଶାଖୀ ବାଣିଜ୍ୟ ମେଳା’ ଉଦ୍‌ଘାଟିତ ହୋଇଯାଇଛି । ମେଳା ପରିସରରେ ୧୨୫ ଷ୍ଟଲ୍‌ ଖୋଲାଯାଇଛି । ୨୦୦ଟଙ୍କାର ମସଲା କିଣିଲେ ବିଭିନ୍ନ ପୁରସ୍କାର ରହିଛି । ସେହିପରି ମେଳାରେ ବିଭିନ୍ନ ରାଜ୍ୟର ପୋଷାକ, ଶାଢ଼ୀ, ହସ୍ତତନ୍ତ, ମନୋହରି ସାମଗ୍ରୀ ପ୍ରଦର୍ଶିତ ହେଉଛି ।

ରାଜସ୍ଥାନର ପାରମ୍ପରିକ ଖାଦ୍ୟ, ବାରିପଦାର ମୁଢ଼ିମାଂସ, ପତ୍ରପୋଡ଼ା ମାଛ ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ସ୍ୱତନ୍ତ୍ର ଷ୍ଟଲ୍‌ ଖୋଲିଛି । ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ମେଳାକୁ ଆକର୍ଷଣୀୟ କରିବା ପାଇଁ ରୁଚି ମସଲା ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ଜୁବିଲିଟାଉନ୍‌-୧ ପୂଜା ପ୍ରତିଷ୍ଠାନର ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିନୋଦ କୁମାର ମହାନ୍ତି ପ୍ରମୁଖ ସୂଚନା ଦେଇଛନ୍ତି । ଏହି ମେଳା ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଦିଲୀପ ସାହୁ, ଦେବୀ ପ୍ରସାଦ ଦାସ, ସଞ୍ଜୀବ ବେହେରା, ରମେଶ ସାହୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.