ନଭେମ୍ବର ୧୯ ଓ ୨୦ରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

  • ମତ୍ସ୍ୟ ପ୍ରାଣୀ ସମ୍ପଦର ଅଭିବୃଦ୍ଧି, ରାଜ୍ୟର ଚାଷୀଙ୍କ ସମୃଦ୍ଧି

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ନଭେମ୍ବର ୧୯ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ହେବ । ଏହି ମେଳା ଜିଲ୍ଲା ପାଠାଗାର ତଥା ସଂସ୍କୃତି ଭବନ ପରିସରରେ ଆୟୋଜିତ ହେବାକୁ ଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବିଭାଗୀୟ ଅଧିକାରୀ ସ୍ଥାନୀୟ ଜିଲ୍ଲା ଗ୍ରନ୍ଥାଗାରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ପ୍ରଦର୍ଶନ କରାଯିବ । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସହ ସଫଳ କାହାଣୀ ଉପରେ ଆଲୋଚନା କରାଯିବ । ପ୍ରାଣୀ ପାଳନ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞ ମାନେ ଉପଯୋଗୀ ପରାମର୍ଶ ପ୍ରଦାନ କରିବେ । ଏହି ଅବସରରେ ୮ ଜଣ ସଫଳ ଚାଷୀ ଓ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ ଯାହା ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀଙ୍କୁ ଉତ୍ସାହିତ କରିବ ବୋଲି ଉପସ୍ଥିତ ଅଧିକାରୀ ବୃନ୍ଦ ସୂଚନା ପ୍ରଦାନ କରିଛନ୍ତି । ଆଜିର ଏହି ସମ୍ମିଳନୀରେ ଡ. ରତ୍ନାକର ରାଉତ, ସିଡିଭିଓ, ଅଶ୍ୱିନୀ କୁମାର ଭୋଇ ଡିଆଇପିଆରଓ, ପ୍ରସନ୍ନ କୁମାର ପଟ୍ଟନାୟକ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଡ. କମଳଲୋଚନ ଦାଶ, ଏଡିଭିଓ, ଡ. ଦୁର୍ଗା ପ୍ରସାଦ ତ୍ରିପାଠୀ, ଏସ୍‌ଡିଭିଓ, ଡ. ସେବାକର ସାମଲ, ଡେପୁଟି ଡିରେକ୍ଟର ହସ୍ପିଟାଲ, ଡ ସୁଧୀର କୁମାର ପଣ୍ଡା, ଏଡିଭିଓ, ପ୍ରାଣୀ ମଙ୍ଗଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.