ବରଗଡ଼କୁ ଦେଶର ମେଡିକାଲ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଁ ପ୍ରୟାସ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼କୁ ଦେଶର ମେଡିକାଲ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ପ୍ରୟାସ ଆରମ୍ଭ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ସମୁହ ଗୃପର ଅଧ୍ୟକ୍ଷ ଡି ମୁରଲିକ୍ରିଷ୍ଣା ପ୍ରକାଶ କରିଥିଲେ । ଏହି ଅବସରରେ ସେ ଅସ୍ଥି ଶଲ୍ୟ ଚିକିତ୍ସା ସଂପର୍କରେ ଉଲ୍ଲେଖ କରି କରିଥିଲେ ଯେ, ଗତଦିନରେ ସୁଦୂର ବାଙ୍ଗଲାଦେଶ ଚଟ୍ଟୋଗ୍ରାମର ବାସିନ୍ଦା ୫୦ ବର୍ଷିୟା ମହିଳା ଗତ କିଛି ବର୍ଷ ହେଲା ଭୀଷଣ ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ ଥିଲେ । ସେ ଏକ ସଂପର୍କୀୟଙ୍କଠାରୁ ବରଗଡ଼ ସ୍ଥିତ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ବିଷୟରେ ସୂଚନା ପାଇଥିଲେ । ଏ ସଂକ୍ରାନ୍ତରେ ହସ୍ପିଟାଲର ଆନ୍ତର୍ଜାତିକ ଜନ ସଂପର୍କ ଅଧିକାରୀ ସବ୍ୟସାଚୀ ମିଶ୍ର, ଶ୍ରୀ ନିବାସଙ୍କ ସହ ଯୋଗାଯୋଗ କରି ଥିଲେ । ପରେ ଏଠାକୁ ଆସି ହସ୍ପିଟାଲର ଅସ୍ଥି ଶଲ୍ୟ ବିଭାଗ ମୁଖ୍ୟ ଡାକ୍ତର ଚନ୍ଦ୍ରକାନ୍ତ ନାୟକଙ୍କ ପରାମର୍ଶ ନେଇଥିଲେ । ପରେ ରୋଗୀ ଗୁରୁତର ଗଣ୍ଠି ବାତରେ ପୀଡ଼ିତ ଥିବା ଜଣାପଡିଥିଲା । ଗତ ୨୮ ତାରିଖ ଡାକ୍ତର ଚନ୍ଦ୍ରକାନ୍ତ ନାୟକ ସଫଳତାର ସହ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରିଥିଲେ । ଡାକ୍ତର ନାୟକଙ୍କ କହିବାନୁଯାୟୀ ଏବେ ରୋଗୀ ଭଲ ଅଛନ୍ତି ଓ ସେ ଆଶା ବାଡ଼ି ସାହାଯ୍ୟରେ ଚାଲିବା ଆରମ୍ଭ କରିଛନ୍ତି ବୋଲି କହିଥିଲେ । ସେହିପରି ବର୍ତ୍ତମାନ ସୁଦ୍ଧା ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୨୫୦ ଜଣଙ୍କର ଆଣ୍ଠୁ ପ୍ରତ୍ୟାରୋପଣ ସଫଳତାର ସହ ହୋଇସାରିଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ମାଗଣାରେ ଏହି ସୁବିଧା ପାଇ ପାରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲର ସିଇଓ ଡାକ୍ତର ରବି କୁମାର, ଡି ନାଗେଶ୍ଵର ଓ ରୋଗୀଙ୍କ ଝିଅ, ସ୍ୱାମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!