oom

ଦେଓଗାଁ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ସଭାପତିତ୍ୱ କରି ଛାତ୍ର, ଛାତ୍ରୀମାନଙ୍କୁ ମାତୃଭାଷା କିପରି ଜାତୀୟ ଚେତନା ଓ ଜାତୀୟ ସେବା ପ୍ରତିଷ୍ଠା କରି ସମସ୍ତ ଭାବନା ସୃଷ୍ଠି କରେ ସେ ସମ୍ବନ୍ଧରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ଅଧ୍ୟାପକ ସନଥ ରଥ ଯୋଗ ଦେଇ ଓଡ଼ିଆ ଭାଷାର ମହନୀୟତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼ ସୁରେଶ ପ୍ରସାଦ ଷଡ଼ଙ୍ଗୀ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଭାଷାର ଉତ୍ପତ୍ତି ଓ ଓଡ଼ିଆ ଭାଷା ତଥା ଭାରତରେ ଭାଷାର ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ରାସାୟନିକ ବିଭାଗର ଅଧ୍ୟାପକ ସାରଦା ଭଞ୍ଜଦେଓ ଭାଷା ଓ ଆମ ପରିବେଶ ଉପରେ ମତ ପ୍ରକାଶ କରିଥିଲେ । ସାଂସ୍କୃତିକ ବିଭାଗର ଅଧ୍ୟାପକ ଆଶିଷ ପଣ୍ଡା ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କଲେଜର ଅଧ୍ୟାପକ, ଅଧ୍ୟାପିକା ତଥା ସରୋଜ ମହାନ୍ତି, ସନାତନ ନାଗ, ରମେଶ ଚନ୍ଦ୍ର ନାୟକ, ମହେଶ ମେହେର, ସରୋଜ ସାହୁ, ଉଦୟ ରଥ, ମଳୟ ରଣା, ମଞ୍ଜରୀ ପୋଢ଼, ଚିଲି ଦଳାଇ, ରିତିକ ମେହେର, ଯୁଧିଷ୍ଟିର ମେହେର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.