ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ : ଦ୍ୱିତୀୟ ସିଟିଂ ପରୀକ୍ଷା ପ୍ରଥମ ସିଟିଂରେ ହେବ

କଟକ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବନି । ଦ୍ବିତୀୟ ସିଟିଂର ପରୀକ୍ଷା ପ୍ରଥମ ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୮ ରୁ ୧୦ ଯାଏ ହେବ । ମଧ୍ୟମାର କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପରୀକ୍ଷା ସେଣ୍ଟରଗୁଡିକରେ ପାଣି ସହ ଓଆରଏସ ବ୍ୟବସ୍ଥା କରାଯାଇଛି । ମାଟ୍ରିକ ପରୀକ୍ଷା ସମୟ ସୂଚୀ ପରିବର୍ତ୍ତନ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଏପ୍ରିଲ ୨୯ରୁ ମେ ୬ ଯାଏଁ ମାଟ୍ରିକ ପରୀକ୍ଷା ହେବ । ସକାଳ ୮ ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ । ୩୫ ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା କରିବେ । ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା । କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ବାର୍ଡ କରାଯାଇଛି । ୩୩୦୩ ପରୀକ୍ଷା କେନ୍ଦ୍ର ଓ ୩୧୫ ନୋଡାଲ ସେଣ୍ଟର କରାଯାଇଛି । ସମ୍ବେଦନଶୀଳ ସ୍ଥାନରେ ୨୧ ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛି । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ପାଣିର ବ୍ୟବସ୍ଥା ରହିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.