ପିଚୁ ରାସ୍ତା ନିର୍ମାଣ ପାଇଁ ଆନ୍ଦୋଳନ ହେଲା : ମାଟି ପକାଇ କାମ ସାରିଦେଲା ପ୍ରଶାସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ବେହେରେନସିଲେଟ ଗାଁରେ ଆଜି ବି ନିର୍ମାଣ ହୋଇ ପାରୁନାହିଁ ପିଚୁ ରାସ୍ତା । ଗାଁରେ ଗୋଟିଏ ପକା ସଡକ ନିର୍ମାଣ ପାଇଁ ଗ୍ରାମବାସୀ ଜନପ୍ରତିନିଧି ଠାରୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଗୁହାରି କରି ସାରିଛନ୍ତି । ହେଲେ କାହାରି ନଜର ନାହିଁ ଗାଁ ଲୋକଙ୍କ ସମସ୍ୟା ପ୍ରତି । ନେତା ଗାଁକୁ ନିର୍ବାଚନ ସମୟରେ ଆସି ଗାଁ ଲୋକଙ୍କୁ କଥା ଦେଇ ଥାଆନ୍ତି ଗାଁ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ । ହେଲେ ନିର୍ବାଚନ ବିଜୟୀ ହେବା ପରେ ନେତା ତାଙ୍କ କଥା ଭୁଲି ଯାଆନ୍ତି । ଗାଁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଆନ୍ଦୋଳନ ହୋଇଛି । ଗତ ଫେବୃଆରୀ ୧୪ ତାରିଖ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳ ଦାବୀପତ୍ର ଦେଇଥିଲେ । ଯୁବ ସମାଜସେବୀ ରୋହନ କୁମାର ମହତ କହିଥିଲେ, ଗାଁ ରାସ୍ତା ନିର୍ମାଣ କରିବା ପାଇଁ ସାତ ଦିନ ମଧ୍ୟରେ ପଦକ୍ଷେପ ନିଅନ୍ତୁ, ନଚେତ୍ ଆମରଣ ଅନଶନ ବସିବି । ପ୍ରଶାସନ ୭ଦିନ ମଧ୍ୟ କୌଣସି ପଦକ୍ଷେପ ନେଲା ନାହିଁ । ସେ ୨୧ତାରିଖ କଣ୍ଟାବାଞ୍ଜି ତହସିଲ ଅଫିସ୍ ସାମ୍ନାରେ ଆମରଣ ଅନଶନ ବସିଲେ । ଯୁବ ସମାଜସେବୀ ରୋହନ କୁମାର ମହତ ଶହ ଶହ ଲୋକଙ୍କ ଓ ରାଜନୈତିକ ନେତା ଆନ୍ଦୋଳନଙ୍କୁ ସମର୍ଥନ କଲେ । ଆନ୍ଦୋଳନକାରୀ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ୍ ହୋଇ ଯାଇଥିଲା । ସେହି ସମୟରେ ଥିବା ତୁରେକେଲା ବ୍ଲକ ଅଧିକାରୀ ଓ ଟିଟିଲାଗଡ ଉପଜିଲ୍ଲାପାଳ ଆସି ଆନ୍ଦୋଳନକାରୀଙ୍କୁ ବୁଝାବୁଛି କରି ଗାଁ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଲେ ଓ ୨୮ ତାରିଖ ଅନଶନ ପ୍ରତ୍ୟାହୃତ ହୋଇଥିଲା । ସେହି ଦିନ ରାସ୍ତା ମାଟି ପକାଇ କାମ ଆରମ୍ଭ ଚରି ମାଟି ପକାଇ କାମ ଛାଡ଼ି ଦେଲେ ଏବେ ଗ୍ରାମବାସୀ ପୁଣି ଥରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏବେ ଗ୍ରାମବାସୀ ଅନୁରୋଧ କରିଛନ୍ତି କି ଯେ ବର୍ତ୍ତମାନର ବଲାଙ୍ଗିର ଜିଲ୍ଲାପାଳ ଓ ଟିଟିଲାଗଡ ଉପଜିଲ୍ଲାପାଳ ଗାଁ ପରିଦର୍ଶନ କରି ଗାଁ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ । ନଚେତ୍ ପୁଣି ଥରେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.