oom

ମାଟିର୍ ପର୍ବ ମାଟିର୍ ଗର୍ବ”

jsmm
  • ଉନ୍ମୋଚିତ ହେଲା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବର ଲୋଗୋ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆସନ୍ତା ମାର୍ଚ୍ଚ ୧୦,୧୧ ଏବଂ ୧୨ ତାରିଖ ତିନି ଧରି ଧୁମଧାମରେ ପାଳିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ୨୦୨୫ ଏହାକୁ ଆବାହକ ପୁଷ୍ପକେତୁ ବେହେରା ଆହ୍ୱାନ କ୍ରମେ କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ସଭାପତି ବ୍ରଜ ଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ କଣ୍ଟାବାଞ୍ଜି ରୋଡ ନଂ ୩ ସ୍ଥିତ ହରିଭବନ ଠାରେ ରବିବାର ସନ୍ଧ୍ୟାରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ବରିଷ୍ଠ ସମାଜସେବୀ ଶିବାଜୀ ମାହାନ୍ତି, କଣ୍ଟାବାଞ୍ଜି ନଗରପାଳ ବରୀୟାମ ସିଂ ସାଲୁଜା ଯୋଗଦେଇ କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ୨୦୨୫ର ଲୋଗୋ ଉନ୍ମୋଚନ କରିଥିଲେ । ଏହି ଅବସରରେ ଅତିଥିମାନେ ତାଙ୍କ ଅବିଭାଷଣ ରଖିଥିଲେ । ପହେଲା ମାଟି ପରେ ପାର୍ଟି ବାର୍ତ୍ତା ଦେଇ ଏହି ମାଟିର୍ ମହୋତ୍ସବ ସଫଳ କରିବାକୁ ଆହ୍ୱାନ କରିଥିଲେ ଏବଂ ଅତିଥିମାନେ ଏହି ମହୋତ୍ସବକୁ ସବୁ ପ୍ରକାର ସହଯୋଗ କରିବାକୁ କମିଟି ସଦସ୍ୟଙ୍କୁ ଘୋଷଣା କରିଥିଲେ । ଏହି ମହୋତ୍ସବ ମଞ୍ଚରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କଳାକାର ଆସି ତାଙ୍କ ପ୍ରତିଭା କେମିତି ପରିବେଷିତ କରିବେ ସେନେଇ ଆଗାମୀ ଖସଡା ମଧ୍ୟ ପ୍ରସ୍ତୁତ କରାଯାଉଛି ଥିବା ଜଣାପଡିଛି । କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାଶ, ସମ୍ପାଦକ ମନୋଜ ଦାସ, ସମାଜସେବୀ ଶ୍ରୀବଛ ବେହେରା, ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଉପ ସଭାପତି ‌ସନ୍ତୋଷ ଅଗ୍ରୱାଲ, ନିଶିକାନ୍ତ ମହାପାତ୍ର, କୈଳାଶ ଦୀପ, ସହ ସମ୍ପାଦକ ଦିନେଶ ମହାନନ୍ଦ, ଆଶିଷ ବଦ୍ରୀ, ରାଜେନ୍ଦ୍ର ବେହେରା, ଯୁଗ୍ମ କୋଷାଧ୍ୟକ୍ଷ ଯୁଗଳ କିଶୋର ଶବର, ଆଇନ ପରାମର୍ଶଦାତା ବିବେକ ଶର୍ମା, ପ୍ରଚାରକ ରୋହନ କୁମାର ମହତ, ସାଂସ୍କୃତିକ ସଂଯୋଜକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଅମରରେନ୍ଦ୍ର ବାଗ, କାର୍ଯ୍ୟକାରିଣୀ ସଦସ୍ୟ ବିମଳ ହାତୀ, ଇକୁ ବେହେରା, ନାଗେଶ୍ୱର ଦୀପ, ରାଜୁ ବାରିକ, ପ୍ରମାନଦ ପୁଟେଲ, ଛୋଟୁ ବେହେରା, ପ୍ରଦୀପ ବାଗ, ଇଲୁ ନାଗ, ସତ୍ୟନାରାୟଣ ଅଗ୍ରୱାଲ, ସେହେବାଜ ଖାନ, ସୋନୁ ସତପଥି, ବିଟୁ ସଂଘା, ବାବୁ ବାଗ, ଉମାକାନ୍ତ ମହାନନ୍ଦ, ସମାଜସେବୀ ଅଜୟ ଶର୍ମା, ଶେଷଦେବ ପୁଟେଲଙ୍କ ସହ ସହର ବିଭିନ୍ନ ସାମାଜିକ ସଂଗଠନ ବ୍ୟକ୍ତି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସାମ୍ବାଦିକ ତଥା କମିଟିର ସହ ସମ୍ପାଦକ ତୁଳସୀ ରାମ ଜଗତ ମଂଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.