
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ଜାନୁୟାରୀ ୭ ତାରିଖରୁ ଆରମ୍ଭ ହେବ ଜାତୀୟ ସ୍ତରର ମଠଖାଇ ମହୋତ୍ସବ ଏଥିପାଇଁ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିର ମାଟିର ବିଶିଷ୍ଟ ନାଟ୍ୟକର୍ମୀ ସନାତନ ଠାକୁରଙ୍କ କରକମଳରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ନନ୍ଦ, ବିରେନ୍ଦ୍ର ବନ୍ଛୋର, ଅର୍ଜୁନ ସାହୁ, ଅଖିଳ ହୋତା, ରୁଦ୍ରଦେବ ପ୍ରଧାନ, ରାଜୁ ମିଶ୍ର, ନିଗମ ନାଥ, ସଂଜୀବ ମହାନ୍ତି, ରାଜୀବଲୋଚନ ଆଚାର୍ଯ୍ୟ ପ୍ରମୁଖ ମଠଖାଇ ମହୋତ୍ସବ କମିଟି ସଦସ୍ୟମାନେ ଉପସ୍ଥିତି ଥିଲେ । ମଠଖାଇ ମହୋତ୍ସବ ଏକ ବିଶେଷ ନାଟ୍ୟ ଆନ୍ଦୋଳନ ଭାବରେ ସାରା ଭାରତରେ ଖ୍ୟାତି ଅର୍ଜନ କରିଥିବା ବେଳେ ଆସନ୍ତା ୭ ତାରିଖରୁ ଏହା ଆରମ୍ଭ ହେବାକୁ ଯାଉଛି ଏବଂ ଏଥିପାଇଁ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବା ଜଣାପଡ଼ିଛି ।
