jayashree

ସୁବର୍ଣ୍ଣପୁରରେ ଜାତୀୟ ମତଦାତା ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସଙ୍ଗୀତ ଗାନ ପରେ ସମସ୍ତ ମତଦାତାଙ୍କୁ ସଂକଳ୍ପ ପାଠ କରାଇଥିଲେ । ଜାତୀୟ ମତଦାତା ଦିବସ ଅବସରରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଓ ଉତ୍ତମ କୁମାର ପ୍ରଧାନ, ଶିକ୍ଷକ ଜମ୍ଭାଲିପାଲି ଉତ୍ତମ ପ୍ରଦର୍ଶନ କରି ରାଜ୍ୟସ୍ତରରେ ରାଜ୍ୟପାଳଙ୍କ ଦ୍ଵାରା ସମ୍ମାନିତ ହୋଇଥିବାରୁ ସଭାରେ ଉଚ୍ଚ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ମତଦାତାମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରଚାର ପତ୍ର ଉନ୍ମୋଚନ ଏବଂ ନୂତନ ଭୋଟରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଭୋଟର ସଚେତନତା ଓ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ନିର୍ବାଚନ ମଣ୍ଡଳୀ ସୋନପୁରରୁ ବିଡିଓ ସୋନପୁର, ସୌମ୍ୟ ରଂଜନ ସ୍ଵାଇଁ, ବିଡିଓ ତରଭା, ବିନୟ ପଟେଲ୍, ବିଡିଓ ଡୁଙ୍ଗୁରିପାଲି ତ୍ରିପୁର ମହାନନ୍ଦ ଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ ବିଡିଓ ମୋତିଲାଲ୍ ଶୂଲିଆ, ଉଲୁଣ୍ଡା ବିଡିଓ ହେମସାଗର ଭୋଇ ଓ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା । ନିର୍ବାଚନ ଅଧିକାରୀ ଯଶସ୍ଵିନୀ ପୃଥାଳଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୟଦ୍ରଥ ଜଗଦଲା, ପଦ୍ମଲୋଚନ ଧରୁଆ ଏବଂ ଅନ୍ୟାନ୍ୟ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ । ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ । କାର୍ଯ୍ରକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.