
ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ୩ୟ ପର୍ଯ୍ୟାୟ ମତଦାନ ଦିବସରେ ଭୋଟ ଦେବାକୁ ଥିବା ନାଗରିକମାନେ ମତଦାନ କେନ୍ଦ୍ର ପରିସରରେ ଶାରୀରିକ ଦୂରତ୍ୱ ରକ୍ଷା କରନ୍ତୁ । ପାଟି ଓ ନାକକୁ ଘୋଡାଇ ସଠିକ୍ ଭାବରେ ମାସ୍କ ପରିଧାନ କରି ଭୋଟ କେନ୍ଦ୍ର ଆସନ୍ତୁ । ଘରକୁ ଫେରିଲେ ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନ କରାଯାଇଛି ।