oum

ଯାଜପୁର ଜିଲ୍ଲାର ୨୪ଟି ବୁଥ୍‌ରେ ସାନି ମତଦାନ ଅନୁଷ୍ଠିତ

jsm

ଯାଜପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ୍ ପେପର ଲୁଟ୍ ଘଟଣାରେ ବାତିଲ ହୋଇଥିବା ୨୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ଘୋଷଣା କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ କରାଯାଇଛି । ଯାଜପୁର ବ୍ଲକର ସୁଜନପୁର ପଞ୍ଚାୟତ ବୁଥ୍ ନଂ. ୧, ଏରବାଙ୍କ ପଞ୍ଚାୟତର ବୁଥ୍ ନଂ. ୨, ୩, ରୁଦ୍ରପୁର ପଞ୍ଚାୟତର ବୁଥ୍ ନଂ. ୪, ୫ ଓ ୧୨, ଝାଲପଡ଼ା ପଞ୍ଚାୟତ ୧୦ ନଂ. ବୁଥ୍, ଛତିଶଦେବିଲ ୧ ନଂ. ବୁଥ୍, ଦଶରଥପୁର ବ୍ଲକର ବିରିପଟା ପଞ୍ଚାୟତର ୧୪, ୧୫ ନଂ. ବୁଥ୍, ଦଶରଥପୁର ପଞ୍ଚାୟତର ୩ ଓ ୯ ନଂ. ବୁଥ୍, କନିକାପଡ଼ା ପଞ୍ଚାୟତର ୨, ୩, ୭, ୮ ଓ ୧୪ ନଂ. ବୁଥ୍, ଅକରପଡ଼ା ପଞ୍ଚାୟତର ୭ ନଂ. ବୁଥ୍, ଧର୍ମଶାଳା ବ୍ଲକର ଦେଓଦା ପଞ୍ଚାୟତର ୬, ୭ ନଂ. ବୁଥ୍, ଅରାବଳ ପଞ୍ଚାୟତର ୮ ନଂ. ବୁଥ୍, ବଡ଼ଚଣା ବ୍ଲକର ନଳିପୁର ପଞ୍ଚାୟତର ୨ ନଂ. ବୁଥ୍, ବାଲିଚନ୍ଦ୍ରପୁର ପଞ୍ଚାୟତର ୧୦ ନଂ. ବୁଥ୍ ଓ ରଇପୁର ପଞ୍ଚାୟତର ୫ ନଂ. ବୁଥ୍‌ରେ ଆଜି ସାନି ମତଦାନ କରାଯାଉଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ସମୟ ପୂର୍ବ ପରି ଧାର୍ଯ୍ୟ କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ବଡ଼ଚଣା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଧର୍ମଶାଳା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ସେହିପରି ଯାଜପୁର ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଦଶରଥପୁର ବ୍ଲକ ପାଇଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ପ୍ରମୁଖ ଦାୟିତ୍ୱରେ ରହିଛନ୍ତି । ତେବେ ଶାନ୍ତଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।

Leave A Reply

Your email address will not be published.