ପାଟଣାଗଡ଼ ଖଣ୍ଡ ଅର୍ନ୍ତଗତ ଭଇଁଷାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଖଣ୍ଡ ଅର୍ନ୍ତଗତ ଭଇଁଷାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, କଲେଜ ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ପରିଚାଳନା କମିଟିର ସଦସ୍ୟ ତ୍ରିନାଥ ମହାପାତ୍ର ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଯେହେତୁ ସରକାର ଶିକ୍ଷାକୁ ପ୍ରାଧାନ୍ୟ ଦେଉଛି ତେଣୁ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଦାବି ଯଥାର୍ଥ ଅଟେ ଓ ସେମାନଙ୍କୁ ସରକାର ଅନୁଦାନ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି ତା ୦୧-୦୬-୨୦୦୮ରୁ ୦୧-୦୬ ୨୦୧୮ ମଧ୍ୟରେ ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ତଥା ବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ନିମନ୍ତେ ନୂତନ ଅନୁଦାନ ନୀତି ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସକାଶେ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଦେଢ଼ ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦସ୍ତାବିଜ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା କିନ୍ତୁ ସରକାର ଏହାକୁ କର୍ଣ୍ଣପାତ କରିନଥିବାରୁ ସଂଘ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମର ଡାକରା ଦେଇଛି ଯାହା ଆଗକୁ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ । ସଂଘ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରାଉତ, ଦିନେଶ ସାହୁ, ମାନସ ରଞ୍ଜନ ସାହୁ, ମାନସରାଜ ସିଂ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.