lika

ଗ୍ରାମାଞ୍ଚଳରେ କୋରନା ମହାମାରୀକୁ କମାଇବା ପାଇଁ ମାଷ୍ଟର ପ୍ଲାନ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକର ଗ୍ରାମାଞ୍ଚଳରେ କୋରନା ମହାମାରୀ ଦୃତଗତିରେ ବଢୁଥିବାରୁ ଏହାକୁ କମାଇବା ପାଇଁ ବ୍ଲକ୍ ସଭାଗୃହରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପାଇକମାଳ ବିଡିଓ ସୁରେନ୍ଦ୍ର କୁମାର ମେହେର, ତହସିଲଦାର ମନୋଜ କୁମାର ମେହେର, ପାଇକମାଳ ପ୍ରାଥମିକ ଚିକିତ୍ସାଳୟର ଡାକ୍ତର ଡା.ଶ୍ରୀଧର ପ୍ରଧାନ, ପିଏଚଇଓ ତୁଷ କୁମାର ଚନ୍ଦ୍ରକାର, ବିପିଏମ ରେବତି ମୋହନ ଜେନା, ବିଜେପି ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ବଲରାମ ସାହୁ, ସୁଶାନ୍ତ ନାଗ, ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ କିପରି କୋରନା ମହାମାରୀକୁ କମା ଯାଇ ପାରିବ ସେହି ବିଷୟରେ ଆଲୋଚନ କରାଯାଇଥିଲା । ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ଏଏନଏମ କର୍ମୀମାନେ ଘର ଘର ବୁଲି ଥଣ୍ତା ଜ୍ୱର କାଶ ହୋଉଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କ କରୋନା ଟେଷ୍ଟ କରାଯାଇ ପାରିବ ସେ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ପଦକ୍ଷପ ନେବା ପାଇଁ ପ୍ରଶାସନ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶନିବାର ବୁକୁରାମୁଣ୍ତା ଓ ବରତୁଣ୍ତା ଦୁଇଟି ଗ୍ରାମକୁ ମେଡିକାଲ କର୍ମଚାରୀମାନେ ଯାଇ ଲୋକଙ୍କୁ ସଚେତନ କରିବା ସହ ଲକ୍ଷଣଥିବା ଲୋକମାନଙ୍କର କରୋନା ପରୀକ୍ଷା କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଟେଷ୍ଟିଙ୍ଗ କ୍ଷମତା ବଢାଇବା ସହ ଅଧିକ ସଂକ୍ରମିତ ଗ୍ରାମଗୁଡିକୁ ସାନିଟାଇଜ କରିବା ପାଇଁ ମଧ୍ୟ ଆଲୋଚନ ହୋଇଥିଲା ।

sandip
Leave A Reply

Your email address will not be published.