ସଚେତନତା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମାଁ ମାହେଶ୍ୱରୀ ସେନାର ସ୍ୱେଚ୍ଛାସେବୀ ସୁରେଶ ଚନ୍ଦ୍ର କମ୍ପ ତରଫରୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗ୍ରାମରେ କରୋନା ମହାମାରୀ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ଏଥିରେ ଲକ୍ଷ୍ମଣ ପତ୍ର, ଶମ୍ଭୁ ପ୍ରସାଦ ଡାଙ୍ଗ, ଖଗେଶ୍ୱର ପଧାନ, ଜିକୁ ଡାଙ୍ଗ, ଦେବଦତ୍ତ କର୍ଣ୍ଣ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

Leave A Reply

Your email address will not be published.