ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ ଅଧୀନସ୍ଥ ତୁଷୁରା ଏନ୍.ଏ.ସି. କ୍ଲଷ୍ଟରର ନବମ ତଥା ଅନ୍ତିମ ମାସିକ ବୈଠକ କପସିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ମନ୍ମଥ ରାଜହଂସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସିଆର୍ସିସି ଜଗମୋହନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ତତ୍ପରେ ସେ ବ୍ଲକର କେତେକ ଗୁରୁତ୍ଵପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ସାଧନ କର୍ମୀ ତଥା ତୁଷୁରା ବାଳକ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଫେବୃଆରୀ ମାସର ମାସିକ ବୈଠକର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଭବ୍ୟା ସ୍ୱାଗତ କରାଯାଇଥିଲା । ସମସ୍ତ ଅଂଶ ଗ୍ରହଣକାରୀ ସ୍କୁଲ ପରିଦର୍ଶନ କରିବା ପରେ ବିଦ୍ୟାଳୟର ଶୈକ୍ଷିକ ଓ ଭୌତିକ ପରିବେଶର ସ୍ଥିତି ଉପରେ ଆଲୋଚନା କରିଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ କ୍ଲଷ୍ଟର ସମସ୍ତ ଏଫ୍ଏଲଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ଆଦର୍ଶ ଶିକ୍ଷାଦାନ ଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ, ଗିତାଞ୍ଜଳି ପ୍ରଧାନ, ନିବେଦିତା ଭୋଇ, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ, ଦୁତିଆ ସେଠ, ଚନ୍ଦ୍ରଧ୍ୱଜ ମେହେର, ଏଫ୍ଏଲ୍ଏନ୍ ଶିକ୍ଷକ ତହସିଲ ଭୋଇ, ପୁରନ ମେହେର ପ୍ରମୁଖ, ପ୍ରଶାନ୍ତି ଦାସ, ମିଲି ପୁରୋହିତ, ଗିରିଜା ଦୀପ ସକ୍ରୀୟ ଭାବରେ ଅଂଶ ଗ୍ରହଣ କରିଥିଲେ । ସ୍ନେହାଶିଷ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ମୌସମ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ନୀଳକଣ୍ଠ ତାଣ୍ଡି, ଶିକ୍ଷୟିତ୍ରୀ ଶକୁନ୍ତଳା ମେହେର, ସଂଧ୍ୟାରାଣୀ ପଧାନ, ଭାରତୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।