centurian jitm

ମାରୱାଡ଼ି ମହିଳା ଗୋଷ୍ଠୀ ଦ୍ଵାରା ସାମୁହିକ ଏକାଦଶୀ ଉଦ୍ୟାପନ କାର୍ଯ୍ୟକ୍ରମ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ମାରୱାଡ଼ି ମହିଳା ଗୋଷ୍ଠୀର ଅଧ୍ୟକ୍ଷା ଶ୍ରୀମତୀ ନିରୁ ଅଗ୍ରୱାଲଙ୍କ ନେତୃତ୍ୱରେ ସାମୂହିକ ଏକାଦଶୀ ଉଦ୍ୟାପନ କାର୍ଯ୍ୟକ୍ରମ ବଲାଙ୍ଗିରରେ ଉଦଯାପିତ ହୋଇଯାଇଛି । ତେଣୁ ଉଦ୍ୟାପନ୍ ପାଳନ କାର୍ଯ୍ୟକ୍ରମରେ ବାଲାଙ୍ଗିର ସହର ସହ ଭୁବନେଶ୍ୱର, ବରଗଡ, ଦେଓଗାଁ, କଟାବାଞ୍ଜି, ଚନ୍ଦନଭାଟିର ଶତାଧିକ ଜାତିଭାଇମାନେ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ନଭେମ୍ବର ୧୪ରେ ସ୍ଥାନୀୟ ସରକାରୀ ଡାକ୍ତରଖାନା ନିକଟରେ ଥିବା ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପଣ୍ଡିତମାନଙ୍କୁ ପ୍ରଥମେ ଫଳ ପ୍ରସାଦ ସହିତ ନିମନ୍ତ୍ରଣ କରାଯାଇଥିଲା । କଲସ ଯାତ୍ରା, ଉଜାଗର, ଭଜନ ସନ୍ଧ୍ୟା ଏବଂ ପାରାୟଣ କାର୍ଯ୍ୟକ୍ରମ ପଣ୍ଡିତଙ୍କ ଉପସ୍ଥିତିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ନଭେମ୍ବର ୧୫ରେ ପ୍ରାୟ ୨୧ଜଣ ବିବାହିତ ଦମ୍ପତି ପୂଜା କାର୍ଯ୍ୟକ୍ରମରେ ବସିଥିଲେ । ଏଥିରେ ଗୋ-ଦାନ, ସୁନା ଦାନ, ରୂପା ଦାନ, ଖାଦ୍ୟ ଦାନ ସମେତ ସମସ୍ତ ପୂଜାପାଠ କାର୍ଯ୍ୟ ଆଇନ ଅନୁଯାୟୀ କରାଯାଇଥିଲା । ୫୭ଜଣ ପଣ୍ଡିତ ଏବଂ ପ୍ରାୟ ୬ଶହ ଭକ୍ତଙ୍କୁ ସାମୁହିକ ପ୍ରସାଦ ଅର୍ପଣ କରାଯାଇଥିଲା । କମିଟିର ସବିତା ଅଗ୍ରୱାଲ, କମଲା ଅଗ୍ରୱାଲ, ବବିତା ଅଗ୍ରୱାଲ, ଅନୀତା ଚୌଧୁରୀ, ରୁକ୍ମା ଅଗ୍ରୱାଲ, ମମତା ଅଗ୍ରୱାଲ, କୋଶଳ ଅଗ୍ରୱାଲ, ମୀନା ଚୌଧୁରୀ, ଅନୀତା ଅଗ୍ରୱାଲ, ନିର୍ମଳା ଜୈନ, ସଞ୍ଜୁ ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, ସନ୍ତୋଷ ଜୈନ, ସବିତା ଜୈନ, ବସନ୍ତି ଅଗ୍ରୱାଲ, କ୍ରିଷ୍ଣା ଅଗ୍ରୱାଲ, କଳ୍ପନା ଅଗ୍ରୱାନ, ରେଣୁ ଅଗ୍ରୱାଲ, ଚମେଲି ଅଗ୍ରୱାଲ, ମୀରା କେଜ୍ରିୱାଲ, ସୁଧା ଅଗ୍ରୱାଲଙ୍କ ସହ ସମସ୍ତ ଭଉଣୀ ଓ ଗଜାନନ ଅଗ୍ରୱାଲଙ୍କ ସହଯୋଗରେ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।

Leave A Reply

Your email address will not be published.