centurian jitm

ସାହିତ୍ୟ ଛାତ୍ରଛାତ୍ରୀଙ୍କ ସଠିକ୍ ମାର୍ଗ ଦର୍ଶକ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଷା ଯେତେ ସରଳ ହେବ ଆମ ସାହିତ୍ୟ ସେତେ ରୁଦ୍ଧିମନ୍ତ ହେବ, ସାହିତ୍ୟ ରୁଦ୍ଧିମନ୍ତ ହେଲେ ଆମ ସଂସ୍କୃତି ସମୃଦ୍ଧ ହେବ, ସଂସ୍କୃତି ସମୃଦ୍ଧ ହେଲେ ଆମ ପିଲାଙ୍କର ସଠିକ ମାର୍ଗ ଦର୍ଶକ ସାଜିବ । ଏହା ଥିଲା ଛେଣ୍ଡ ସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ରାଉରକେଲା ସାହିତ୍ୟ ସଂସଦର ଶିଶୁ ମହୋତ୍ସବ ଓ ସାରସ୍ୱତ ସମାରୋହରେ ମୁଖ୍ୟବକ୍ତା ପ୍ରଫେସର ଡ.ଶ୍ୟାମ ପ୍ରସାଦ ସ୍ୱାଇଁଙ୍କ ଅଭିଭାଷଣ, ସଂସଦର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ଦାଶଙ୍କ ସଭାପତିତ୍ୱ ଓ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ସେ ଆହୁରି ମଧ୍ୟ ଅନେକ ମହାଭାରତ ରାମାୟଣରୁ ଆରମ୍ଭ କରି କବି ଯଦୁମଣି, ଶାରଳା ଦାସ, ଜଗନ୍ନାଥ ଦାସଙ୍କ ଜୀବନରେ ଘଟିଥିବା ଶିକ୍ଷଣୀୟ ଘଟଣାବଳୀ ଅବତାରଣା କରିଥିଲେ । ମୁଖ୍ୟଅତିଥି ଭାବେ ଇଂ ଗୋପିନାଥ ପଟ୍ଟନାୟକ ଯୋଗଦାନ କରି ସଂସଦ ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଭାଷା ସାହିତ୍ୟର ବିକାଶ ପାଇଁ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ବରେଣ୍ୟ ଅତିଥି ରଶ୍ମିତା ପଣ୍ଡା ତାଙ୍କର ଭାଷା ସାହିତ୍ୟକୁ ନେଇ ଦୀର୍ଘଦିନର ଅଭିଗ୍ୟତା ପିଲାମାନଙ୍କୁ ବର୍ଣ୍ଣନା କରିଥିଲେ । ସଂସଦର ସଭାପତି ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ଆସନ୍ତା ଏପ୍ରିଲ ମାସରେ ସଂସଦ ତା’ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରିବ ବୋଲି ପ୍ରକାଶ କରିଥିଲେ । ସଂସଦର ସଂପାଦିକା ଶ୍ରୀମତୀ ନିରୁପମା ପତି ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲରେ କରାଯାଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୧୫ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଉପସଭାପତି ରମେଶ ଚନ୍ଦ୍ର ବାରିକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟୟରେ ଶ୍ରୀମତୀ କଲ୍ୟାଣୀ ଦାସ ସମ୍ମାନିତ ଅତିଥି, କବି ଓ ସୁଲେଖିକା ବିଜୟ ଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱରେ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ବସନ୍ତ ବିଶ୍ୱକର୍ମା, ଗୀତିକବି ରୀନାରାଣୀ ସ୍ୱାଇଁ, ଅଧ୍ୟାପିକା ଶେଫାଳୀ ବାରିକଙ୍କ ସଂଯୋଜନାରେ ଆଲୋକ ବୋଷ, ତ୍ରିନାଥ ସିଂହ, କାଶୀନାଥ ନନ୍ଦୀ, ପଞ୍ଚାନନ ସାହୁ, ସସ୍ମିତା ପ୍ରଧାନ, ବିକ୍ରମ ଆଚାର୍ଯ୍ୟ, ସୁଶାନ୍ତ ସିଂ, ତପସ୍ୱିନୀ ପତି, ନିକୁଞ୍ଜ ବିହାରି, ହୃଷିକେଶ ସାହୁ, ବିରେନ୍ଦ୍ର ବଳ, ଅଜୟ ମହାନ୍ତି ପ୍ରମୁଖ ୩୨ ଜଣ କବି କବିତା ପାଠ କରିଥିଲେ । ଏହି ଅବସରରେ ସହରର ଅନେକ ବୁଦ୍ଧିଜୀବୀ ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗଦାନ କରି ସଂସଦର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିରଲେ । ଅନ୍ୟମାନଙ୍କ ମଧ୍ୟରେ, ସୁକାନ୍ତ ଖୁଣ୍ଟିଆ, ଅକ୍ଷୟ ସାମଲ, ଶିବ ସୁନ୍ଦର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଜୟ ବରାଳ, ବ୍ରଜ କିଶୋର ପାଣି, ସୂର୍ଯ୍ୟ ନାରାୟଣ ପଣ୍ଡା, ବିମ୍ବାଧର ପାଢୀ, ନିକୁଞ୍ଜ ବିଶ୍ୱାଳ ସୁରେନ୍ଦ୍ର ମୁଦୁଲି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିରୁପମା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.