ଦେଓଗାଁ ରେଳଷ୍ଟେସନ ପ୍ଲାଟଫର୍ମରେ ଗଳୁଛି ପାଣି : ମରାମତି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ନୂଆ କରି ନିର୍ମାଣ ହୋଇଥିବା ଦେଓଗାଁ ରେଳ ଷ୍ଟେସନର ପ୍ଲାଟଫର୍ମରେ ବର୍ଷା ହେଲେ ପାଣି ଗଲୁଥିବା ଦେଖିବାକୁ ମିଳିଛି । ରବିବାର ଦିନ ସନ୍ଧ୍ୟାରେ ହୋଇଥିବା ବର୍ଷା ଯୋଗୁଁ ପ୍ଲାଟ ଫର୍ମ ଉପର ଆଜବେଷ୍ଟର ଛାତରୁ ପାଣି ଗଳୁଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏହି ପ୍ଳାଟ୍ ଫର୍ମରେ ପାଣି ଗାଲୁଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ଏହାର ମରାମତି ହେଉନଥିବାରୁ ଯାତ୍ରୀ ମହଲରେ ଅସନ୍ତୋଷ ଦେଖା ଦେଇଛି । ଏଣୁ ପାଣି ଗଳୁଥିବା ସ୍ଥାନକୁ ଶୀଘ୍ର ମରାମତି କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.