oom

ମାଲକାନଗିରି ପୁଲିସକୁ ବଡ଼ ସଫଳତା : ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

jsmm

ଭୁବନେଶ୍ଵର : ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା । ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ । ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ । ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଗୁଳି, ଇଲେକ୍ଟ୍ରିକ୍ ଡିଟୋନେଟର୍, କୋଡେକ୍ସ ତାର, ଗନ୍ ପାଉଡର୍, ୱାକିଟକି, ବ୍ୟାଟେରୀ, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । କେସା କୱାସିର ଘର ଛତିଶଗଡ଼ର ବସ୍ତର ଜିଲ୍ଲା ଦରବା ଥାନା ଅଞ୍ଚଳରେ ହୋଇଥିବା ବେଳେ ସାନୁ କୁଞ୍ଜମ ଓରଫ ରାକେଶର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ଗାଙ୍ଗଲୁର ଥାନା ଅଞ୍ଚଳରେ । ସୂଚନାନୁଯାୟୀ, ଗତ ଜୁନ ୧୨ ତାରିଖ ବିଳମ୍ବିତ ରାତି ସମୟରେ ମାଥିଲି ଥାନା ଅଧୀନ ସୋଡିଗୁଡ଼ା ଏବଂ ତେନ୍ତୁଲିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାକୁ ଆଧାର କରି ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସମ୍ପୃକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଶୁକ୍ରବାର ଭୋର୍ ସମୟରେ ମାଓବାଦୀମାନେ ଉକ୍ତ ଜଙ୍ଗଲରୁ ଖସି ପଳାଇବାକୁ ଉଦ୍ୟମ କରି ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଆତ୍ମରକ୍ଷା ପାଇଁ ସୁରକ୍ଷା କର୍ମୀ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କେସ କାୱାସି ଓ ସାନୁ କୁଞ୍ଜମ ପୁଲିସ ହାବୁଡରେ ପଡିଯାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ମାଓବାଦୀ କେସା କୱାସୀ ଏବଂ ସାନୁ କୁଞ୍ଜମ ବିଭିନ୍ନ ମାଓ ଘଟଣାରେ ସମ୍ପୃକ୍ତ ଅଛନ୍ତି । କେସା କୱାସୀ ନାଁରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା, କୁନ୍ଦ୍ରା ଥାନା, ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ମାମଲା ରହିଛି । ସେହିପରି ରାକେଶ ଓରଫ ସାନୁ କୁଞ୍ଜମ ନାଁରେ ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ମାମଲା ରହିଛି ।

jittmm
Leave A Reply

Your email address will not be published.