oom

ଉପସ୍ଥିତି ଜାହିର କଲା ଲାଲବାହିନୀ, ଘୁନୁସର ସାପ୍ତାହିକ ବଜାରରେ ଲାଗିଲା ତିନୋଟି ମାଓ ବ୍ୟାନର : ଲୋକେ ଭୟଭୀତ

jsmm

ପାଟଣାଗଡ (ଗୋରେଖନାଥ ବରିହା) : ଉପସ୍ଥିତି ଜାହିର କଲେ ଲାଲବାହିନୀ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନୁସର ଏବଂ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଛି । ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ଏହି ମାଓ ବ୍ୟାନର ଗୁଡ଼ିକ ଲେଖାଯାଇଛି । ରବିବାର ମଧ୍ୟରାତ୍ରୀରେ ଏହି ବ୍ୟାନର ଗୁଡ଼ିକ ମରାଯାଇଥିବା ଅନୁମାନ କରାଯାଉଛି । ସୂଚନାନୁଯାୟୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ତମ ପ୍ରତିଷ୍ଠା ଦିବସକୁ ଗାଁ ଗାଁରେ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଏହି ମାଓ ବ୍ୟାନରରେ ଉଲ୍ଲେଖ କରାଯାଇଛି । ଏହା ସହ ପାର୍ଟିର ସମାଧାନ ପ୍ରହାର ଆକ୍ରମଣରୁ ପାର୍ଟିକୁ ବଞ୍ଚାଇ ରଖିବାକୁ, ପାର୍ଟିକୁ ଧୋକା ଦେଇ ପୁଲିସକୁ ସୂଚନା ଦେଉଥିବା ସୂଚନାଦାତାଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ କରିବାକୁ, ପୁଲିସ ଓ ପୁଲିସ ସୂଚନାଦାତାଙ୍କୁ ଗାଁରୁ ତଡି ଦେବାକୁ, ସମସ୍ତ ଜେଲରେ ଥିବା ମାଓବାଦୀ କଏଦୀମାନଙ୍କୁ ରାଜନୈତିକ କଏଦୀର ମାନ୍ୟତା ଦେବାକୁ, ଜେଲରେ ବନ୍ଦ ଥିବା ମାଓବାଦୀ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ, ବଲାଙ୍ଗିରରେ ନିର୍ମଳାଙ୍କୁ ମାଓବାଦୀ ସମର୍ଥନ ନାଁରେ ଗିରଫ କରିଥିବା ଦୁର୍ଜନଙ୍କୁ ବିନା ପେଶିରେ ଛାଡି ଦେବାକୁ, ବଲାଙ୍ଗିର, ପାଟଣାଗଡ଼, ସମ୍ବଲପୁର ଜେଲରେ ଥିବା ସମସ୍ତ ମାଓବାଦୀ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ ମାଓବାଦୀମାନେ ଦାବୀ କରିଛନ୍ତି । ତେବେ ଏହି ବ୍ୟାନରର ଶେଷରେ ବିବିଏମ ଡିଭିଜନାଲ କମିଟି ସେପ୍ଟେମ୍ବର ୨୧ ଓ ୧୩/୯/୨୦୨୨ ଲେଖା ହୋଇଥିବା ଦେଖାଦେଇଛି । ଅଞ୍ଚଲରେ ଲୋକେ ଭୟଭୀତ ରହିଛନ୍ତି ।

jittmm
Leave A Reply

Your email address will not be published.