
ମାଳକାନଗିରି : ବିଏସ୍ଏଫ ବାହିନୀକୁ ମିଳିଲା ବଡ ସଫଳତା । କୁମ୍ବିଂ ଅପରେସନ୍ରେ ମାଓ ଆକ୍ରମଣ ଯୋଜନା ବିଫଳ ହେଲା । ନକ୍ସଲମାନେ ଜବାନମାନଙ୍କୁ ଟାର୍ଗେଟ କରି ଲଗାଇଥିବା ୬ଟି ଲ୍ୟାଣ୍ଡମାଇନ୍କୁ ବିଏସ୍ଏଫ୍ ବାହିନୀ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ସଦାରାମ, ସନ୍ୟାସୀଗୁଡା ଓ ତୋଟାଗୁଡା ଗ୍ରାମ ନିକଟସ୍ଥ ପାହାଡ ଉପରୁ ଏହି ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଥିବା ଜଣାପଡିଛି । ବିଏସ୍ଏଫ୍ ଓ ଏସ୍ଓଜି ବାହିନୀର କୁମ୍ବିଂ ଅପରେସନ୍ ସମୟରେ ଲ୍ୟାଣ୍ଡମାଇନ୍ ଡିଟେକ୍ଟର ଦ୍ୱାରା ଯାଞ୍ଚ କରିବା ପରେ ସେଠାରେ ଲ୍ୟାଣ୍ଡମାଇନ୍ ଲାଗିଥିବା ଜଣାପଡିଥିଲା । ଏହାପରେ ୬ଟି ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଥିଲା ।