oom

ଏନ୍ଏସି ମାନ୍ୟତା ପାଇଲା ଲୋଇସିଂହା, ଖୁସିରେ ମିଠା ବାଣ୍ଟିଲେ ବିଜେଡି ନେତୃବୃନ୍ଦ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ତାଲିକାରେ ଲୋଇସିଂହା ସ୍ଥାନ ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମହୋଲ ଦେଖାଦେଇଛି । ବିଳମ୍ବ ହେଲେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସ୍ଥାନରେ ବାଣ ଫୁଟାଇ ସ୍ୱାଗତ କରା ଯାଇଥିବା ବେଳେ ଲୋଇସିଂହା ବିଜେଡି ପକ୍ଷରୁ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲା ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ପ୍ରକାଶ ମହାରଣା, ସରୋଜ ମହାକୁର, ପ୍ରଦୀପ ସାହୁ, ରମାକାନ୍ତ ବିଶ୍ଵାଳ, ଟିକୁ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ଅଗ୍ରସେନ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.