ହରିଣ ମାଂସ ଜବତ, ୧ ଗିରଫ

ଠାକୁରମୁଣ୍ଡା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରୁ ହରିଣ ମାଂସ ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ସାତକୋଶିଆ ନିକଟବର୍ତ୍ତୀ ଦ୍ୱାରସୁଣୀ କଣ୍ଟିକାଣୀ ସାହିର ଶିବ କାଣ୍ଡାଇବୁରୁ ନିକଟରୁ ବନବିଭାଗ କର୍ମଚାରୀ ଚଢ଼ାଉ କରି ୧.୪ କିଗ୍ରା ମାଂସ ଜବତ କରିବାକୁ ସକ୍ଷମ ହୋଇଛନ୍ତି । ଜବତ ମାଂସ ସହ ଶିବଙ୍କୁ ୨୨ ତାରିଖରେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟକ୍ଲାସଙ୍କ ନିକଟରେ ହାଜର କରାଯାଇଥିଲା । ଶିକାରୀ ଶିବଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉରେ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ମହାନ୍ତ, ବନପାଳ ଗିରିଜା ନନ୍ଦନ ଦଳେଇ, ବିଜୟ କୁମାର ମହାନ୍ତ ବନରକ୍ଷୀ ସନତ କୁମାର ମହାନ୍ତ ସାମିଲ ଥିଲେ ।

Leave A Reply

Your email address will not be published.