ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳରେ ଡ଼ିଆର୍‌ୟୁସିସି ସଦସ୍ୟ ରୂପେ ପ୍ରଦୀପ ଦେବତା ମନୋନୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳରେ ଡ଼ିଆର୍‌ୟୁସିସି ସଦସ୍ୟ ରୂପେ ବରଗଡ ଜିଲ୍ଲା ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଦୀପ ଦେବତାଙ୍କୁ ମନୋନୀତ କରାଯାଇଛି । ଆସନ୍ତା ତା.୨୪.୦୩.୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ୪୮ତମ ଡ଼ିଆର୍‌ୟୁସିସି ସଭାରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ଦେବତା ନିମନ୍ତ୍ରିତ ହୋଇଛନ୍ତି । ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘ ଏଥିପାଇଁ ଖୁସିପ୍ରକଟ କରିବା ସହ ସମ୍ବଲପୁର ରେଳ ମଣ୍ଡଳ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛି । ରେଳ ଉପଭୋକ୍ତା ସଂଘର ଆଶା ଓ ବିଶ୍ୱାସ, ବରଗଡର ବିଭିନ୍ନ ସମସ୍ୟାଗୁଡିକୁ ଶ୍ରୀ ଦେବତା ଉକ୍ତ ମିଟିଂରେ ଠିକ୍‌ ଭାବେ ଉପସ୍ଥାପନ କରିପାରିବେ ।

Leave A Reply

Your email address will not be published.