ବିଜେପିର ୧୨ନଂ ଜୋନ ପକ୍ଷରୁ ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଅର୍ନ୍ତଗତ ସିଂହାମୁଣ୍ଡା ପଞ୍ଚାୟତର ଖଲିଆପାଲିରେ ଦେଓଗାଁ ବ୍ଲକ ବିଜେପି ୧୨ନଂ ଜୋନ୍‌ ମଣ୍ଡଳ ସଭାପତି ବାସୁଦେବ ସିଂ ନିନାଙ୍କ ନେତୃତ୍ଵରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାସହ ଆସନ୍ତା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବମୋର୍ଚା ଉପସଭାପତି ଭୋଲାନାଥ ସାହୁ, ୧୨ନଂ ଜୋନ ମଣ୍ଡଳ ଉପସଭାପତି ଅଶୋକ ସାଏ, ସାଧାରଣ ସଂପାଦକ ଶଶୀ ପାଣିଗ୍ରାହୀ, ଲୋକନାଥ ଭୋଇ, ଯୁଗେଶ୍ଵର ପ୍ରଧାନ, ପିତାମ୍ବର ପ୍ରଧାନ, ଜୁଗଲାଲ ପ୍ରଧାନଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.