କେନ୍ଦୁଝର : ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଫୁଲଝର ସ୍ଥିତ ମେସର୍ସ ଆରଡେଣ୍ଟ୍ ଷ୍ଟିଲ ଲିଃ ବହୁ ପ୍ରତିକ୍ଷୀତ ସମନ୍ୱିତ ଇସ୍ପାତ ପ୍ରକଳ୍ପ ପାଇଁ ପରିବେଶ ଅନୁମତି (ଇସି) ମିଳିଛି । ପୂର୍ବରୁ ୦.୮୫ ମେଟ୍ରିକ୍ ଟନ୍ ଫର ଅନୁମ୍(ଏମ୍ଟିପିଏ) କ୍ଷମତା ବିଶିଷ୍ଟ ପିଲେଟ କାରଖାନା ଥିଲା । ବର୍ତ୍ତମାନ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୦.୮୫ ନିୟୁତ ଟନ୍ରୁ ୧.୭ ନିୟୁତ ଟନ୍କୁ ବୃଦ୍ଧି ପାଇଛି । ଏହା ସହିତ ୩.୦ ଏମ୍ଟିପିଏ ଆଇରନ ଓର ବେନିଫିକେସନ ପ୍ଲାଣ୍ଟ୍, ୦.୬୦ ଏମ୍ଟିପିଏ ପିଗ୍ ଆଇରନ ବ୍ଲାଷ୍ଟ୍ ଫର୍ଣ୍ଣେସ, ୦.୩୬ ଏମ୍ଟିପିଏ ଡିଆରଆଇ ପ୍ଲାଣ୍ଟ୍, ୦.୬୦ ଏମ୍ଟିପିଏ ସିନଟର ପ୍ଲାଣ୍ଟ୍, ୦.୭୨ ଏମ୍ଟିପିଏ, ଷ୍ଟିଲ୍ ମେଲ୍ଟ ସପ୍( ଏସଏମ୍ଏସ୍)/ଇଲେକ୍ଟ୍ରିକ୍ ଆର୍କ ଷ୍ଟିଲ୍ ମେକିଂ(ଏଆରସି ଫର୍ଣ୍ଣେସ(ଜେଡ୍ପିଏଫ), ୦.୭ ଏମ୍ଟିପିଏ ରୋଲିଂ/ହଟ୍ ଷ୍ଟ୍ରିପ୍ ମିଲ ଏବଂ ସିପିପି (ଡବ୍ଲ୍ୟୁଏଚ୍ଆରବି-୩୫ ମେଗାୱାଟ୍, ଏଏଫ୍ବିସି-୩୫ ମେଗାୱାଟ୍ର ନିଜସ୍ୱ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନା ପାଇଁ ୧୭ ଅକ୍ଟୋବର ୨୦୨୨ରେ ପରିବେଶ ମଞ୍ଜୁରୀ ମିଳିଛି । ଏଥିପାଇଁ ୨୮ଫେବୃୟାରୀ ୨୦୧୯ରେ ଜନ ଶୁଣାଣିରେ ଜନ ସମର୍ଥନ ମଧ୍ୟ ମିଳିଥିଲା । ମଞ୍ଜୁରୀ ପରେ ଏହାର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଡକ୍ଟର ସୁବାଶିଷ ଦାସ କେନ୍ଦୁଝର ଜିଲ୍ଲାପାଳ, ଷ୍ଟେକ୍ ହୋଲଡର, ସ୍ଥାନୀୟ ପ୍ରଭାବିତ ଲୋକଙ୍କ ସମେତ କାରଖାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପାରିପାର୍ଶ୍ୱିକ ଉନ୍ନତି ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଦାସ କହିଛନ୍ତି ।