ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁଦାନ ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଉନ୍ନତି ପାଇଁ ୩.୩୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଡିପିଆର ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଦାଖଲ କରିବା ପରେ ଏହା ମଞ୍ଜୁରି ଆଦେଶ ଦେଇଥିବା ଜଣାପଡ଼ିଛି । ପ୍ରଦାନ କରାଯାଇଥିବା ଅନୁଦାନ ମଧ୍ୟରେ ବରପାଲି ସ୍ଥିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସମାଧି ପୀଠର ଉନ୍ନତିକରଣ ପାଇଁ ୧.୧୯ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ସେହିପରି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବଡ଼ ବନ୍ଧର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ସକାସେ ୨.୧୯ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବଡ଼ବନ୍ଧ ସବୁଠୁ ପୁରୁଣା ଅଟେ । ଅନେକ ବର୍ଷରୁ ଏହାର ପୁନଃ ଉଦ୍ଧାର ଠିକ୍ ଭବେ ହୋଇପାରିନଥିବାରୁ ଏହ ଅତି ଶୋଚନୀୟ ହୋଇପଡ଼ିଛି । ସ୍ଥାନୀୟ ଜନସାଧାରଣ ଏହାର ନବୀକରଣ କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ବରଗଡ଼ ଗସ୍ତ ସମୟରେ ଏହାର ସୁରକ୍ଷା ପାଇଁ ପ୍ରସ୍ତାବ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ବର୍ତ୍ତମାନ ଏହି ପ୍ରକଳ୍ପର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ହେବାକୁ ଥିବା ବେଳେ ଏହାର ଚତୁଃପାର୍ଶ୍ଵରେ ବାଡ଼ ସହ ପାର୍କ ଓ ଆଲୋକୀକରଣର ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.