ଶ୍ରୀନୃସିଂହ ମନ୍ଦିରରେ ସାମୁହିକ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀନୃସିଂହ ମନ୍ଦିର ମଠାଧିଶ ପୂଜ୍ୟ ମହନ୍ତ ଶ୍ରୀ ବ୍ରଜମୋହନ ଶରଣଦେବ ଓ ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ଗରିବ ବ୍ରାହ୍ମଣ ବାଳକମାନଙ୍କୁ ନିଶୁଳ୍କ ସାମୁହିକ ବ୍ରତୋପନୟନ ଶ୍ରୀନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଦୂରଦୁରାନ୍ତରୁ ପ୍ରାୟ ୧୨ଜଣ ବଟୁଧାରଣ କରିଥିଲେ ଓ ଶାନ୍ତ ବାତାବରଣରେ ପଣ୍ଡିତ ମରାରୀ ମିଶ୍ରଙ୍କ ବେଦମନ୍ତ୍ର ପଠନ ଦ୍ୱାରା ବ୍ରତୋପନୟନ ସମାପନ କରାଯାଇଥିଲା । ଏହି ପବିତ୍ର ଧାର୍ମିକ ଆୟୋଜନରେ ଗୁରୁ ଭାଇ ଓ ଭଉଣୀ ସଂଘର ସଭାପତି ପଣ୍ଡିତ ଚନ୍ଦ୍ର କୁମାର ପୁରୋହିତ, ସମ୍ପାଦକ ପଣ୍ଡିତ ନାରାୟଣ ପୁରୋହିତ, ସହ ସମ୍ପାଦକ ପଣ୍ଡିତ ଗୋବର୍ଦ୍ଧନ ଶତପଥି, କୋଷାଧ୍ୟକ୍ଷ ଜଗମୋହନ ତ୍ରିପାଠୀ, ଉପଦେଷ୍ଟା କିଶୋର ପୁରୋହିତ, ବରିଷ୍ଠ ସଦସ୍ୟ ପଣ୍ଡିତ ଭକ୍ତଚରଣ ଦାଶ, ବୀର ଅନନ୍ତ ପଣ୍ଡା, ପ୍ରଭାତ କୁମାର ଦାଶ, ବାଦଲ ମହାକୁର ଯାଦବ ପ୍ରମୁଖ ଅନେକ ଗୁରୁ ଭାଇ ଓ ଭଉଣୀ ସହଯୋଗ କରି ଏହି ବ୍ରତୋପନୟନ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରାଇଥିଲେ ।

jittmm
Leave A Reply

Your email address will not be published.