‘ବାଟରୁ କିଣିଲି ହାଟ ସଉଦା’ ଓ ‘ଏଇତ ସମୟର ଖେଳ’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଦୁଇଟି ନାଟକ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରତାପ କିଶୋର ବିଶ୍ୱଳଙ୍କ ସଭାପତିତ୍ୱରେ ଓ ସଂପାଦକ ଅଜିତ କୁମାର ସେନାପତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ନାଟକ ଦ୍ୱୟରେ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ଦିଲ୍ଲୀପ ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର, ଗଙ୍ଗାଧର ଜେନା, ସିନେ ଅଭିନେତା ପ୍ରଶାନ୍ତ ପତି, ରଂଜିତ ପ୍ରଧାନ, ସାମ୍ବାଦିକ ବିରଞ୍ଚି ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନାଟକ ଦ୍ୱୟକୁ ଉପଭୋଗ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ବାଟରୁ କିଣିଲି ହାଟ ସଉଦା ନାଟକକୁ ନାଟ୍ୟକାର ମଳୟ ରାଉତ ରଚନା କରିଥିବା ବେଳେ ଏଇତ ସମୟର ଖେଳକୁ ନାଟ୍ୟକାର ଅଜିତ କୁମାର ସେନାପତି ରଚନା କରିଥିଲେ । ଉଭୟ ନାଟକକୁ ନାଟ୍ୟ ନିର୍ଦ୍ଦେଶକ ସୁରେନ୍ଦ୍ର ପାଢୀ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାଉତ । ନାଟକ ଦ୍ୱୟରେ ସର୍ବଶ୍ରୀ ଭରତ, ବାପି, ପପୁ, ଚଗ, ସୂର୍ୟ୍ୟ, ଗଙ୍ଗା, ପପୁ ଶର୍ମା, ବୁବୁନ, ପିତାମ୍ବର, ଅଜିତ, ଧନ, ନରି, ଶୁଭେନ୍ଦୁ, ବାବୁ, ମାମା, ଲିଜା, ରୋଜାଲିନ୍, ଅମ୍ବିକା ଓ ସୀମା ପ୍ରମୁଖ ଅଭିନୟ କରିଥିଲେ । ଏହି ନାଟକ ଦ୍ୱୟକୁ ବହୁ ଦର୍ଶକ ଉପଭୋଗ କରିଥିବା ବେଳେ ପରିଷଦର ସଭାପତି ଶ୍ରୀ ବିଶ୍ୱାଳ ଓ ସଂପାଦକ ଶ୍ରୀ ସେନାପତି ଆଗାମୀ ଦିନରେ ନାଟକ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖି କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.