ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମ ପଂଚାୟତର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମାଜିକ ଅଡିଟ ଅଧିକାରୀଙ୍କ ଉପସ୍ଥିତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ୨୨ ଗୋଟି ପଂଚାୟତରେ ମନରେଗା ଯୋଜନାରେ ବିନା ସୂଚନା ଫଳକରେ କାମ ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ପଂଚାୟତରେ ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କ ପାଉଣା ଠିକ ଭାବରେ ମିଳୁନ ଥିବା ଶ୍ରମିକ ମାନେ ଅଭିଯୋଗ କରିଥିଲେ । ଅଧିକାଂଶ ପଂଚାୟତରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଫାଷ୍ଟଟେଡ଼, ପିଇବା ପାଣି, ବିଶ୍ରାମ କକ୍ଷ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ କିଛି କାମ ଅତିନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଥିଲା । ଅନେକ ହିତାଧିକାରୀ ଶ୍ରମିକ ବଦଳରେ ମେସିନରେ କାମ ହେଉଥିବା ଅଭିଯୋଗ କରିଥିଲେ । ତେବେ ଆରମ୍ଭରୁ ଶେଷ ଯାଏଁ ହୋହାଲ୍ଲାରେ ଜନଶୁଣାଣି ଶେଷ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
Next Post