lika

ମାନବ ସେବା ହିଁ ଇଶ୍ୱର ସେବାର ବାର୍ତା ଦେଲେ ଖ୍ରୀଷ୍ଟାବଳମ୍ବୀ

gbag

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗ୍ରେସ୍‌ ଅଫ୍‌ ଗଡ ଚର୍ଚ୍ଚ ପକ୍ଷରୁ ପ୍ରି କ୍ରିସ ମାସ୍ ପାଳିତ ହୋଇଯାଇଛି । ବୁଧବାର ତୋରା ସତ୍ୟନଗର ସ୍ଥିତ ଚର୍ଚ୍ଚରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁତ ଗରିବ, ଦୁଃଖୀ, ଅସହାୟ, କୁଷ୍ଠ ରୋଗୀମାନଙ୍କୁ ସେବା କରାଯାଇଥିଲା । ପାଦ ଧୋଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅସହାୟମାନଙ୍କୁ କମ୍ବଳ ବଣ୍ଟନ କରି ମାନବ ସେବା ହିଁ ଇଶ୍ୱର ସେବାର ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚ ପକ୍ଷରୁ ପାଷ୍ଟର କୁଞ୍ଜ ବିହାରୀ କର୍ଣ୍ଣାଲ, ପାଷ୍ଟର ଟୁନି କର୍ଣ୍ଣାଲ, କିଶୋର କର୍ଣ୍ଣାଲ, ମହିନୀ କର୍ଣ୍ଣାଲ, ଯୁବରାଜ ନନ୍ଦ, ହେମାକାନ୍ତ ମୁଣ୍ଡା, ସୁବୋଧ ବାଗ ରହିଥିବା ବେଳେ ସମାଜ ସେବୀ ଗୁରୁପ୍ରୀତ ସିଂ, ଭବାନୀ ସାହୁ, ପବିତ୍ର ଦେହେରି ଉପସ୍ଥିତ ରହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

sandip
Leave A Reply

Your email address will not be published.