ଯୋଗ ହିଁ ଏକ ଏମିତି ସାଧନ ଯାହା ମାନବ ଜୀବନକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରେ : “ସ୍ୱାମୀ ପରମାର୍ଥ ଦେବଜୀ”

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପତଞ୍ଜଳୀ ଯୋଗପୀଠ ହରିଦ୍ଵାର ଦ୍ୱାରା ସଂଚାଳିତ ଭାରତ ସ୍ୱାଭିମାନ ପତଞ୍ଜଳୀ ଯୋଗ ସମିତିଙ୍କ ତତ୍ତ୍ଵାବଧାନରେ କଲମପୁର ନିର୍ମାଲ୍ୟ କ୍ଷେତ୍ର ପରିସର ମଧ୍ୟରେ ଏକ ଆରୋଗ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଯୋଗ ଶିକ୍ଷକ ଚନ୍ଦ୍ରଶେଖର ସାହୁଙ୍କ ଆହ୍ୱାନ କ୍ରମେ ଶତାଧିକ ବୁଦ୍ଧିଜୀବୀ, ଆଧ୍ୟାତ୍ମିକ ପ୍ରେମୀ, ପତଞ୍ଜଳୀ ଯୋଗ ସମିତି କଲମପୁର, ସମେତ ସ୍କୁଲ ଛାତ୍ରଛାତ୍ରୀମାନେ ଏହି ଆରୋଗ୍ୟ ସଭାରେ ଅଂଶଗ୍ରହଣ କରିଥିଲେ । ତହସିଲ ସ୍ତରୀୟ ଏହି ସଭାରେ ହରିଦ୍ଵାର ପତଞ୍ଜଳୀ ଯୋଗପୀଠ ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ପୂଜ୍ୟ ସ୍ୱାମୀ ପରମାର୍ଥ ଦେବଜୀ ଯୋଗ ଦେଇ ଶରୀରକୁ ସୁସ୍ଥ ରଖିବାକୁ ହେଲେ ତାର ଏକ ମାତ୍ର ସାଧନ ହେଉଛି ଯୋଗ । ସମଗ୍ର ବିଶ୍ଵରେ କୋଟି କୋଟି ମାନବ ଏହାଦ୍ୱାରା ଆରୋଗ୍ୟ ହୋଇଥିବାବେଳେ ଏବେ ଆହୁରି ଅଧିକ ଲୋକଙ୍କ ଭିତରେ ଏହାର ଉପକାରିତା ସଂପର୍କରେ ଆମେ ଅବଗତ କରୁଛୁ ବୋଲି ପ୍ରକାଶ କରିଛନ୍ତି । ଏଥିରେ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ରାଧାମାଧବ ବୋହିଦାର, ସ୍ଵୟଂ ପ୍ରକାଶ ଜୀ, ଖିତିସ ଜୀ, ସୂର୍ଯ୍ୟକାନ୍ତ ଜୀ, ମୋହିତ ଶୁକ୍ଳା ଜୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ କଲମପୁର ତହସିଲ ସ୍ତରୀୟ ଯୋଗ ସମିତି କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶୃଙ୍ଖଳା ସହିତ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.