ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଟିଟିଲାଗଡ଼ ନିକଟସ୍ଥ ଝାରଦେବନ୍ଧ ନର୍ସରୀ ଠାରେ ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର, ସଇଁତଳା ଓ ଟିଟିଲାଗଡ଼ ଅଞ୍ଚଳର ଠିକାଦାରମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଠିକା ସମ୍ବନ୍ଧିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଟିଟିଲାଗଡ଼ ଠିକାଦାର ସଂଘ ଗଠନ କରାଗଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରେମ ରଞ୍ଜନ ବିଶି, ସମ୍ପାଦକ ରମେଶ ବେହେରା, କୋଷାଧ୍ୟକ୍ଷ ଭୁବନେଶ୍ୱର୍ ସାହୁ ଏବଂ ୨୧ ଜଣ ଠିକାଦାରଙ୍କୁ କୋର୍ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହି ବୈଠକରେ ବାହାର ଜିଲ୍ଲାର ଠିକାଦାର ମାନେ ଆସି ଆଉ କାମ କରିପାରିବେ ନାହିଁ ବୋଲି କହିବା ସହ ଆମେ ବି ଆଉ ବାହାର ଜିଲ୍ଲାକୁ କାମ ପାଇଁ ଯିବୁ ନାହିଁ ବୋଲି କହିବା ସହ ଶପଥ ପାଠ କରିଥିଲେ । ଏହି ବୈଠକରେ ବଲାଙ୍ଗିର ଠିକାଦାର ସଂଘର ଗୋପାଳ ଦାନି, ଅକ୍ଷୟ ତ୍ରିପାଠୀ, ଅରୁଣ କୁମାର ବେହେରା, ଅରୁଣ ନାଥ, ଆମୋଦ କୁମାର ଡାଙ୍ଗ, ବିଶ୍ୱନାଥ ନାୟକ, ପ୍ରତାପ ନନ୍ଦ, ଟିକୁ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଆସିଥିବା ବେଳେ ଟିଟିଲାଗଡ଼ ସଂଘର ବୁଲବୁଲ ମେହେର, ସଞ୍ଜୟ ବେହେରା, ବିଶାଳ ନାୟକ, ଗୁଡୁ ଖାଁ, ରିଙ୍କୁ ସେଠ୍, ଆଶିଷ ବେହେରା, ଦୀପକ ମିଶ୍ର, ମୁରାରି ପ୍ରସାଦ ମିଶ୍ର, ଶୁଭାଷିଷ ଆଚାର୍ଯ୍ୟ, ବିନୋଦ ତାଣ୍ଡି, ସୁରେଶ ଭୋଇ, ରାଜୁ ସାହୁ, ମହେଶ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଅତୁଲ ଜୈନ, ବିନୋଦ ଅଗ୍ରୱାଲ, ଦେବାଶିଷ ସାହୁ, ସଞ୍ଜୟ ବର୍ମାଙ୍କ ସମେତ ଅନ୍ୟାନ୍ୟ ଠିକାଦାରମାନେ ଉପସ୍ଥିତ ଥିଲେ ।