oum

ସୁନାରିସିକୁଆଁ ପଞ୍ଚାୟତରେ ମାମୁଁ-ଭାଣିଜୀ ଲଢେଇ

jsm

ନୂଆପଡା, (ନିରାକାର ମେହେର) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଗୁଲ ବାଜିବା ପରେ ରାଜ୍ୟବ୍ୟାପୀ ରାଜନୈତିକ ଉଷ୍ମତା ସରଗରମ ହେବାରେ ଲାଗିଛି । ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ଘର ଘର ବୁଲି କସରତ ଚଳାଇଛନ୍ତି । ହେଲେ ନୂଆପଡା ଜିଲ୍ଲା ସୁନାରିସିକୁଆଁ ଗ୍ରାମ ପଞ୍ଚାୟତ ସରପଞ୍ଚ ନିର୍ବାଚନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏଠାରେ ସରପଞ୍ଚ ପ୍ରାର୍ଥୀ ଭାବେ ମାମୁଁ ଓ ଭାଣିଜୀଙ୍କ ମଧ୍ୟରେ ଚାଲିଛି ଲଢେଇ । ଏଠାରେ ଭବାନୀପାଟଣା ସ୍ବୟଂ ଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ଭୋଲେଶ୍ବରୀ ଦାସ ସରପଞ୍ଚ ପ୍ରାର୍ଥିନୀ ଭାବରେ ଛିଡା ହୋଇଥିବା ବେଳେ ଭୋଲେଶ୍ୱରୀଙ୍କ ୩ ଜଣ ମାମୁଁ ତାଙ୍କ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢୁଛନ୍ତି ।

Leave A Reply

Your email address will not be published.