ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀ କଲେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଶକ୍ତି ଓ ଗୃହ୍ୟ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀକୁ ନେଇ ଦୀର୍ଘ ଦିନ ହେଲାଣି ସାରା ରାଜ୍ୟରେ ବିକ୍ଷୋଭ ଜୋର ଧରିଥିବା ବେଳେ ହୁଁ ହୁଁ ହୋଇ ନିଆଁ ଜଳୁଛି । ତେବେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ସକାଳ ୬ ଟାରୁ ୧୨ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ଗତକାଲି ମାନ୍ୟବର ଓଡିଶା ହାଇକୋର୍ଟ ଓଡିଶା ବନ୍ଦ ପାଇଁ ପ୍ରତିବନ୍ଧ ଲଗାଇ ଥିବା ବେଳେ ଆଜି ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଖି ଆଖରେ ରଖି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରାକୁ ଟିଟିଲାଗଡ଼ ଓ ସଇଁନ୍ତଲା କଂଗ୍ରେସ ସମର୍ଥନ ଜଣାଇବା ସହିତ ସଇଁନ୍ତଲାରୁ ଟିଟିଲାଗଡ଼କୁ ଏକ ବାଇକ ରେଲି ବାହାରି ଥିଲା । ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ବରେ ଆନ୍ଦୋଳନକୁ ସମର୍ଥନ କରି ନିଜେ ଏକ ବାଇକ ରେଲିରେ ଟିଟିଲାଗଡ଼ ପର୍ଯ୍ୟନ୍ତ ପହଁଚି ଥିଲେ । ପରେ ସଇଁନ୍ତଲା ଥାନା ସମ୍ମୁଖରେ ଧାରଣା ମଧ୍ୟ ଦେବା ସହ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରିବା ସହ ଗିରଫ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଦାବୀ କରିଛନ୍ତି । ଅନ୍ୟପଟେ ଟିଟିଲାଗଡ଼ ଥାନାରୁ ଗୋବିନ୍ଦ ସାହୁ ଫେରାର ମାରିବାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ମଧ୍ୟ କହିଛନ୍ତି । ଏହି ମମିତାଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ମିଶ୍ର ବୋଲି କହିବା ସହ କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରି ସ୍ମାର୍ଟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଉପସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ବର୍ଷିବା ସହ ବିଜେଡି ନେତା ମନ୍ତ୍ରୀମାନଙ୍କର ଦାଦାଗିରି ମଧ୍ୟ ବଢି ଚାଲିଛି ବୋଲି କହିଛନ୍ତି । ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦାଦାଗିରିକୁ ନେଇ ମୁଁ ଦୃଢ ନିନ୍ଦା କରୁଛି ଓ ଆଗାମୀ ଦିନରେ ମନ୍ତ୍ରୀମାନଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ପୁର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଚେତାବନୀ ଦେଇଛନ୍ତି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ମିଡ଼ିଆସେଲ ସଂଯୋଜକ ସୁବ୍ରତ ବେହେରା କହିଛନ୍ତି ଯେ, ମନ୍ତ୍ରୀମାନଙ୍କ ଦାଦାଗିରି ବଢି ଚାଲିଛି ଯଦି ସାହାସ ଅଛି ଏକା ଏକା ଗାଁ ଗାଁରେ ବୁଲିବା ପାଇଁ ଚେଷ୍ଟା କର ଓ ବିଜେଡ଼ି ନେତାମାନଙ୍କୁ ସଇଁନ୍ତଲା ବ୍ଳକରେ ଆଗାମୀ ଦିନରେ ତୀବ୍ର ବିରୋଧ କରାଯିବ । ଅନ୍ୟପଟେ ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ କହିଛନ୍ତି ଯେ, ଗାଁ ଗାଁରେ ଏବେ ବିଜେଡି ନେତା ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ କରାଯିବା ପରେ ବିରୋଧ ମଧ୍ୟ କରାଯାଉଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳକୁ ବଡ଼ ଧରଣର ପ୍ରଭାବ ପଡ଼ିବା ସହ ମମିତା ହତ୍ୟାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବୀ କରୁଛି ବୋଲି କହିଛନ୍ତି । ଜିଲ୍ଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଦଳୀୟ ପତାକା ଧରି ମମିତାଙ୍କ ନ୍ୟାୟ ଦାବୀ କରିଥିଲେ ଏବଂ ଲୋକେ ସମର୍ଥନ ଜଣାଇବା ସହ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଥିଲା ।ଏଥିରେ କଂଗ୍ରେସ ସୁବ୍ରତ ପଟ୍ଟନାୟକ, ରଜତ ପଟ୍ଟନାୟକ, ଦେବେନ୍ଦ୍ର ଯୋଶୀ, ଉତ୍ତମ ପୁଟେଲ, ମକୁନ୍ଦ ନାଗଙ୍କ ସମେତ ଦଳର ଶତାଧିକ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.