centurian jitm

ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେଲେ ଉପାଧ୍ୟକ୍ଷା ମାମି ଦାସ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଆନୁକୂଲ୍ୟରେ ନୂତନ ଭାବେ ଖୋଲିଥିବା ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇବା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ତୁଷୁରା ଏନ୍‌ଏ‌ସି ୱାର୍ଡ ନଂ୪ ଧରୁଆପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପାଧ୍ୟକ୍ଷା ମାମି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ତାଙ୍କ ଅଭିଭାବିକା ମାନଙ୍କ ଉପସ୍ଥିତିରେ ନିମନ୍ତ୍ରଣ ପତ୍ରବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କାଉନସିଲର ମିଥୁନ କୁମାର ସାହୁ ଯୋଗଦେଇ ସରକାରୀ ବିଦ୍ୟାଳୟରେ ଶିଶୁ ପାଇଁ ସରକାର ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଥିବାରୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାକୁ ଅଭିଭାବକ ଅଭିଭାବିକାମାନଙ୍କୁ ଅନୁରୋଧ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ସହଯୋଗ କରିଥିଲେ । ଶେଷରେ ଆକାଂକ୍ଷା ରାଣୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ଧରୁଆପଡା ବାସୀ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.