oom

ଗଞ୍ଜାମ ଏନ୍‌ଏସି କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ଥାନାରେ ୨ଟି ମାମଲା ରୁଜୁ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଚାଲିଛି ଜୋର୍‌ ଜାର୍‌ ମୂଳକ ତାର୍‌ । ଉନ୍ନତିମୂଳକ କାର୍ଯ୍ୟକୁ ବନ୍ଦ କରିବାକୁ ଯାଇ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଏନ୍‌ଏସି ଇଓଙ୍କ କାର୍ଯ୍ୟାଳୟରେ ପଶି କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିବା କନିଷ୍ଠ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମିଳିତ ଭାବେ ଗତକାଲି ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଥିବା ଜଣାପଡିଛି । କନିଷ୍ଠ ଯନ୍ତ୍ରୀଙ୍କ ଏତଲା ପରେ ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ପକ୍ଷରୁ ପାଲଟା ଏତଲା ହୋଇଥିବା ଜଣାପଡିଛି । ଫଳରେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ପୃଥକ ପୃଥକ ଭାବେ କେସ ନଂ. ୧୩୮/୧୩୯/୨୩ରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଆଇଆଇସି ସନ୍ତୋଷ କୁମାର ବେହେରା କହିଛନ୍ତି । ଘଟଣା ପରେ କୌଣସି ଅଫିସର କିମ୍ବା କର୍ମଚାରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଖିବାକୁ ଫିଲ୍ଡକୁ ଯାଇ ନଥିବା ଜଣାପଡିଛି । ଯାହା ଫଳରେ ସହରର ଉନ୍ନତିକରଣ କାର୍ଯ୍ୟ ପୂରାପୂରି ଠପ୍‌ ହୋଇଯାଇଛି ବୋଲି ମତ ପ୍ରକାଶ ପାଇଛି । ଅନ୍ୟପଟେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ଘଟଣାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦୃଢ ନିନ୍ଦା କରିଛନ୍ତି । ଗଞ୍ଜାମ ସହରର ଡେଭଲପ୍‌ମେଣ୍ଟ କାର୍ଯ୍ୟକୁ ରାଜନୀତିକରଣ ନ କରାଯାଉ ବୋଲି ମତ ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ଯେ, ଗତ ସୋମବାର ଦିନ କନିଷ୍ଠ ଯନ୍ତ୍ରୀ ଶ୍ରୀ ପଣ୍ଡା ଇଓଙ୍କ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀଙ୍କ ସହ କୌଣସି ପ୍ରକଳ୍ପ କାର୍ଯ୍ୟ ଉପରେ ଆଲୋଚନା କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ସେଠାକୁ ଯାଇ ଅଶ୍ଳୀଳ ଗାଳି ଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ । କନିଷ୍ଠ ଯନ୍ତ୍ରୀ ଶ୍ରୀ ପଣ୍ଡା ଇଓ ଅବିନାଶ ମିଶ୍ରଙ୍କୁ ଅବଗତ କରିବା ପରେ ଇଓ ଶ୍ରୀ ମିଶ୍ରଙ୍କ ସମେତ ସମସ୍ତ ଷ୍ଟାଫ ଥାନାକୁ ଯାଇ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ତଦନ୍ତ କରାଯାଇ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତା’ହେଲେ ସମସ୍ତ ଷ୍ଟାଫ ଆଜି କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.